ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ ଘର ପରିସରରେ ଗ୍ରାମୀଣ ଡାକ ସେବକ ମାନଙ୍କର ଆଜି ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଆରମ୍ଭ ହୋଇଛି ! ଭାରତୀୟ ଡକାସେବାରେ ବିଗତ ୧୬୦ ବର୍ଷର ସଫଳତାର ଇତିହାସରେ ଗ୍ରାମୀଣ ଡାକ ସେବକ ମାନଙ୍କ ଭୂମିକା ରହିଛି । ନିଷ୍ଠା, କାର୍ଯ୍ୟ ଦକ୍ଷତା ଓ ତ୍ୟାଗ ବଳରେ ଦେଶର ଡାକ ସେବା ସାରା ବିଶ୍ୱରେ ସମ୍ମାନିତ , କିନ୍ତୁ ବିଡମ୍ବନାର କଥା ଦୀର୍ଘ ଦିନ ନିରବଛିନ୍ନ ସେବା ବଦଳରେ ସେମାନଙ୍କୁ କେବଳ ମିଥ୍ୟା ପ୍ରତିଶୃତି ଓ ପ୍ରତାରଣା ମିଳିଛି ! କେନ୍ଦ୍ର ସରକାର ସବୁ ବର୍ଗର କର୍ମଚାରୀ ମାନଙ୍କ ପାଇଁ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ କରୁଥିବା ବେଳେ, ଡାକ ସେବକ ମାନଙ୍କୁ ମାନସିକ ଓ ସାମାଜିକ ସ୍ତରରେ ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି । ବାରମ୍ବାର ସରକାରଙ୍କ ନିକଟରେ ଦାବି ଆଲୋଚନା ସତ୍ବେ ମିଥ୍ୟା ପ୍ରତିଶୃତି ଦେଇ ଟାଳ ଟୁଳ ନୀତି ଅବଲମ୍ବନ କରି ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ଯାହା ଫଳରେ ସେମାନଙ୍କର ସହିବାର ସୀମା ଟପି ଗଲାଣି , କେବଳ ଦାବି ପୂରଣ କରିବାର ପ୍ରତିଶୃତି ଆଳରେ ସମୟ ଗଡ଼ାଇ ଚାଲିଛନ୍ତି । ଯଦି ଆଗାମୀ ଦିନରେ ସେମାନଙ୍କର ଦାବି ପୂରଣ କରାନଯାଏ ସମସ୍ତ ପୋଷ୍ଟ ଅଫିସ କାର୍ଯ୍ୟ ନକରିବା ପାଇଁ ନିଷ୍ପତି ନେଇଛନ୍ତି ।

