ଢେ଼ଙ୍କାନାଳ ( ଆୱାଜ ମିଡିଆ ) – ରଞ୍ଜିତ ବେହେରା : ଢେ଼ଙ୍କାନାଳ ଜିଲ୍ଲା ପ୍ରଶାସନ ତରଫରୁ ସହରରେ ସପ୍ତାହନ୍ତ ସଟ ଡାଉନ କଟକଣାକୁ କଡ଼ାକଡ଼ି କରାଯାଇଛି । ଦ୍ୱିତୀୟ ସପ୍ତାହ ସଟ ଡାଉନ ରେ ଢେଙ୍କାନାଳ ସହର ପୁରା ଶୁନଶାନ୍ ହୋଇଯାଇଛି । ଲୋକମାନଙ୍କୁ ବାହାରକୁ ବାହାରିବାକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯିବା ସହ ଦୋକାନ ବଜାର ବନ୍ଦ ରଖିବା, ଗାଡ଼ି ମଟର ଚଳାଚଳ ଉପରେ ସଂପୂର୍ଣ୍ଣ ରୋକ ଲଗାଯାଇଛି ।

ଢେଙ୍କାନାଳ ପୋଲିସ ତରଫରୁ ଏହାକୁ କଠିନ ଭାବରେ ନେବା ସହ ରାତ୍ରିକାଳୀନ କର୍ଫ୍ୟୁ କୁ ମଧ୍ୟ କଠୋର ରୂପେ ପାଳନ କରାଯାଇଛି । ସପ୍ତାହନ୍ତ ସଟ ଡାଉନ ହେତୁ ଚଳଚଂଚଳ ଦେଖାଯାଉଥିବା ଢେଙ୍କାନାଳ ସହର ସମ୍ପୂର୍ଣ୍ଣ ରୂପେ ଖାଁ ଖାଁ ଦେଖା ଯାଉଛି ।