ନାଚୁଣୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସଚେତନତା କାର୍ଯ୍ୟକ୍ରମ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ନଇରୀ ରାଧାମୋହନ ଦେବ ମନ୍ଦିର ପରିସରରେ , ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍ଦେଶ୍ଯରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସ୍ବଚ୍ଛତା ଓ ପରିମଳତା ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏଥିରେ ଅଧ୍ଯକ୍ଷତା କରିଥିଲେ ମହାବିଦ୍ୟାଳୟର ନୋଡାଲ ଅଫିସର ଗୋଲଖ ବିହାରୀ ବାରିକ । ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ସଂଯୋଜିକା ଶ୍ରୀମତୀ ମିଲୀ ବେହେରା, ଜାତୀୟ ସେବା ଯୋଜନାର ସଂଯୋଜକ ବିଜୟ କୁମାର ଶତପଥୀ, ସ୍କାଉଟ ଗାଇଡ ସଂଯୋଜକ ପ୍ରଦୀପ୍ତ କୁମାର ରଥ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ମନୋଜ କୁମାର ମହାନ୍ତି, ସଂଗ୍ରାମ ହରିଚନ୍ଦନ, ଅଶ୍ବିନୀ ମିଶ୍ର, ପ୍ରଦୀପ ମିଶ୍ର, ବସନ୍ତ କୁମାର ପ୍ରଧାନ, ଅଜିତ କୁମାର ମିଶ୍ର ତଥା ମହାବିଦ୍ୟାଳୟର କର୍ମଚାରୀ ଚିନ୍ମୟ କୁମାର ନନ୍ଦ, ସଂଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ । ପରେ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଚିଲିକାର ନୀଳ ଜଳରାଶିର ମଧ୍ୟଭାଗରେ ଅବସ୍ଥିତ ଶ୍ରୀ ଜଗନ୍ନାଥଙ୍କ ଲିଳାକ୍ଷେତ୍ର କାଙ୍କଣ ଶିଖରୀ ଠାରେ ପରିବେଶ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *