ପିକଅପ ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା : ବାଇକ ଚାଳକ ଙ୍କ ମୃତ୍ୟୁ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ପିକଅପ ଭ୍ୟାନ ସହ ବାଇକର ମୁହାଁମୁହିଁ ଧକ୍କା , ବାଇକ ଚାଳକ ଙ୍କ ମୃତ୍ୟୁ ! କନ୍ଧମାଳ ଜିଲ୍ଲା ବାଲିଗୁଡା ୫୯ ନଂ.ଜାତୀୟ ରାଜପଥ ଉପରେ ଟାଉନ ସ୍ଥିତ ଦମକଳ କେନ୍ଦ୍ର ନିକଟରେ ଏକ ବୋଲେରୋ ପିକଅପ ଭ୍ୟାନ ସହ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ରବିବାର ଅପରାହ୍ନରେ ଏକ ବୋଲେରୋ ମ୍ୟାକ୍ସ ପିକଅପ ଭ୍ୟାନ ବାଲିଗୁଡ଼ାରୁ ତୁମୁଡିବନ୍ଧ କୁ ଯାଉଥିବା ବେଳେ ଅପର ପକ୍ଷରୁ ରାୟଗଡା ଜିଲ୍ଲା ଟିକିରି ଅଞ୍ଚଳରୁ ଭଞ୍ଜନଗର ନିକଟସ୍ଥ କଇଠପଲ୍ଲୀ ପଞ୍ଚାୟତ ଡୁଡୁଆ ଗ୍ରାମର ସନ୍ତୋଷ କୁମାର ରଣା ବାଇକ ରେ ନିଜ ଗ୍ରାମକୁ ଯାଉଥିବା ବେଳେ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହୋଇଥିଲା ! ଫଳରେ ସନ୍ତୋଷ ତଳେ ପଡି ଯାଇଥିଲେ l ଖବର ପାଇ ସଙ୍ଗେସଙ୍ଗେ ଦମକଳ ବାହିନୀ କର୍ମଚାରୀ ତାଙ୍କୁ ଉଦ୍ଧାର କରି ବାଲିଗୁଡା ମେଡିକାଲରେ ଭର୍ତ୍ତୀ କରିଥିଲେ, ସେଠାରେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ପରେ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ଏକ ମାମଲା ରୁଜୁ କରି ଗାଡି ଦୁଇଟି କୁ ଜବତ କରିବା ସହ ଭ୍ୟାନର ଡ୍ରାଇଭରକୁ ଥାନାକୁ ଆଣି ଅଧିକ ତଦନ୍ତ ଅବ୍ୟାହତ ରଖିଛନ୍ତି l

Leave a Reply

Your email address will not be published. Required fields are marked *