ଅସରାଏ ବର୍ଷା ରେ ପାରଳାଖେମୁଣ୍ଡି ପୋୖର ପରିଷଦ କାର୍ଯ୍ୟାଳୟ ପାର୍ଶ୍ଵ ଅବସ୍ଥା କଦର୍ଯ୍ୟ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୋୖର ପରିଷଦର ସ୍ୱଚ୍ଛତା ଅଭିଯାନକୁ ଅସରାଏ ବର୍ଷା ପଦାରେ ପକାଇ ଦେଇଛି । ଚିତ୍ରଟିକୁ ଦେଖିଲେ ସ୍ପଷ୍ଟ ଭାବେ ବାରି ହେଉଛି ଯେ ପୋୖର ପ୍ରଶାସନ କିଭଳି କାର୍ଯ୍ୟ କରୁଛି । ବାତ୍ୟା ଅସାନି ପ୍ରଭାବରେ 10 ମିନିଟ ମାତ୍ର ବର୍ଷା ହୋଇଥିଲା । ଏହି ବର୍ଷା ସାମାନ୍ୟ ଭାବେ ହୋଇଥିବା ବେଳେ ପୋୖର କାର୍ଯ୍ୟାଳୟ ପଛ ପଟେ ତଥା ମୁଖ୍ୟ ରାସ୍ତାରେ କୁଢ଼ କୁଢ଼ ଆଳିଆ ଆବର୍ଜନା ଭାସି ପ୍ରାୟ 30 ମିନିଟ ଯାଏ ଯାତାୟାତରେ ସମସ୍ୟା ଦେଖା ଦେଇଥିଲା । ପରିବେଶଟି କର୍ଦ୍ଦମାକ୍ତ ହୋଇ ପଡିଥିବା ବେଳେ ପୁତ୍ତି ଗନ୍ଧମୟରେ ନାକ ଫାଟି ପଡୁଥିଲା । ବର୍ଷା ଛାଡି ଗଲେ ମଧ୍ୟ ଅଳିଆ ଆବର୍ଜନା ମୁଖ୍ୟ ରାସ୍ତା ଉପରେ ପଡି ରହିଥିବାରୁ ଯାତାୟାତରେ ସମସ୍ୟା ଦେଖା ଦେଉଛି । ପୋୖର କାର୍ଯ୍ୟାଳୟ ଏଠାରୁ ମାତ୍ର 100 ମିଟରରୁ କମ ଦୂରତାରେ ରହିଛି । ଏପରି ଦୃଶ୍ୟକୁ ଦେଖି ପୋୖର ପ୍ରଶାସନ କିଭଳି କାର୍ଯ୍ୟ କରୁଛି ତାହାକୁ ନେଇ ବିଭିନ୍ନ ଆଲୋଚନା ହେଉଛି । ଏପରି ଗୋଟିଏ ସ୍ଥାନ ନୁହେଁ ସହରର ବହୁ ସ୍ଥାନରେ ନାଳ ନର୍ଦ୍ଦମା ବ୍ୟବସ୍ଥା ଅତି ଶୋଚନୀୟ ଅବସ୍ଥାରେ ପଡି ରହିଥିବାରୁ ଅସରାଏ ବର୍ଷା ହେଲେ ମଧ୍ୟ ଅଳିଆ ଆବର୍ଜନା ପାଣି ରାସ୍ତାରେ ଭାସୁଥିବାର ମଧ୍ୟ ଲକ୍ଷ୍ୟ କରାଯାଇଛି । ଅନ୍ୟ ପକ୍ଷରେ ନୂତନ ଭାବେ ପୋୖର ନିର୍ବାଚିତ ପ୍ରତିନିଧି ମାନଙ୍କ ପ୍ରଥମ କାଉନସିଲ ବୈଠକରେ ସହରର ନାଳ ନର୍ଦମା ଓ ସ୍ୱଚ୍ଛତା କୁ ନେଇ ବିଭିନ୍ନ ଆଲୋଚନା ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହେଉ ନଥିବାର ସାଧାରଣରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *