ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ପକେଟ ଖର୍ଚ୍ଚ ମାଗି ଅଡୁଆରେ ପଡିଲେ TPCODL ଜେଇ , ଘଟଣାକୁ ନେଇ ବଡମ୍ବା ଥାନାରେ ଲିଖିତ ଅଭିଯୋଗ ! ସୂଚନା ଅନୁସାରେ ବଡମ୍ବା ରେ ଥିବା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରତି ମାସରେ ଇଟା କମ୍ପାନୀ ମାନଙ୍କ ଠାରୁ ମାସିକ 1000 ଟଙ୍କା ପକେଟ ଖର୍ଚ୍ଚ ନେଉଥିଲେ ! ସ୍ଥାନୀୟ ଗୋପାଳପୁର ର ଜଣେ ଇଟା ବ୍ୟବସାୟୀ ଏସମ୍ପର୍କରେ ସୂଚନା ଦେଇଛନ୍ତି ଏବଂ କହିଛନ୍ତି , ଯଦି କେଉଁ ମାସରେ ଟିକେ ଡେରି ହୋଇଯାଏ – ଲାଇନ କାଟିଦେବାକୁ କୁଆଡେ ଜେଇ ମହାଶୟ ଧମକ ଦିଅନ୍ତ । ଏପରି ଜୁଲୁମ କଣ ପାଇଁ ବୋଲି ଥାନାରେ ଲିଖିତ ଅଭିଯୋଗ କରିଥିବା ବ୍ୟକ୍ତି ଜଣକ ପଚାରିବାରୁ ତୁମେ ଘରେ କରେଣ୍ଟ ଚୋରି କରୁଛ ବୋଲି କହି ଲକ୍ଷାଧିକ ଟଙ୍କା ଫାଇନ ଲଗାଇଥିବା କହିଛନ୍ତି ଗୋପାଳପୁର ର ଇଟା ବ୍ୟବସାୟୀ ।
ପକେଟ ଖର୍ଚ୍ଚ ମାଗି ଅଡୁଆରେ TPCODL ଜେଇ : ବଡମ୍ବା ଥାନାରେ ଲିଖିତ ଅଭିଯୋଗ !!!

