ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଅର୍ଥନୀତି ବିଭାଗରେ “ଭାରତୀୟ ଷ୍ଟକ ବଜାର ଓ ବିତ୍ତ ପରିଚାଳନା ” ଶୀର୍ଷକ ତାଲିମ ଓ ପ୍ରଶିକ୍ଷଣ ଶିବିର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଅର୍ଥନୀତି ବିଭାଗରେ “ଭାରତୀୟ ଷ୍ଟକ ବଜାର ଓ ବିତ୍ତ ପରିଚାଳନା ” ଶୀର୍ଷକ ଏକ ତାଲିମ ଓ ପ୍ରଶିକ୍ଷଣ ଶିବିର ଯୁକ୍ତ ୩ ଅର୍ଥନୀତି ବିଭାଗର ଛାତ୍ରଛାତ୍ରୀ ଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିନାୟକ ହୋତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନରେ ଏହା ପରିଚାଳିତ ହେବା ସହ ବାଣିଜ୍ୟ ବିଭାଗର ଅଧ୍ୟାପକ ଓ ମୁଖ୍ୟ ତଥା ବମ୍ବେ ଷ୍ଟକ ଏକ୍ସଚେଞ୍ଜ ପ୍ରଶିକ୍ଷକ ଜୟନ୍ତ କୁମାର ବିହାରୀ ଅର୍ଥନୀତି ବିଭାଗର ୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ନିବେଶ ଓ ତାର ଉପକାରିତା ସମ୍ପର୍କରେ ଅବଗତ କରାଇଥିଲେ l ଏହି କାର୍ଯ୍ୟକ୍ରମରେ ଅର୍ଥନୀତି ବିଭାଗର ମୁଖ୍ୟ ପ୍ରଭାତ କୁମାର ସାସମଲ ଓ ଅଧ୍ୟାପକ ସୁରେନ୍ଦ୍ର କୁମାର ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ l

Leave a Reply

Your email address will not be published. Required fields are marked *