ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ଭାରତ ପାଇଁ ସାଇକେଲ ଶୋଭାଯାତ୍ରା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗୋଦାବରୀଶ ମହାବିଦ୍ୟାଳୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ସମାଜ ସେବା କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରାଜ୍ୟ ସରକାର ଙ୍କ ନୂଆ – ଓ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ଭାରତ ପାଇଁ ଏକ ସାଇକେଲ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଅଧକ୍ଷ ବିନାୟକ ହୋତା, ଯୁକ୍ତ ତିନି ନୋଡାଲ ଅଫିସର ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା, ଯୁକ୍ତ ଦୁଇ ନୋଡାଲ ଅଫିସର ଜୟନ୍ତ ବିହାରି ପ୍ରଭୁତି ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ” ମୁଁ ପଲିଥିନ କହୁଛି ” ଶୀର୍ଷକ କ୍ଷୁଦ୍ର ନାଟକ ତୁମ୍ୱରାପୁଟ ଛକ, ରତନପୁର ଗ୍ରାମ, ଚମ୍ପାଦେଇପୁର ଗ୍ରାମ ରେ ପରିବେଷଣ କରିଥିଲେ । ନାଟକ ଟିରେ ନିର୍ଦ୍ଦେଶନା ଦେଇଥିଲେ ଯୁକ୍ତ ତିନି ସମାଜ ସେବା କାର୍ଯ୍ୟକ୍ରମ ର ସଂଯୋଜକ ରାଜନୀତି ବିଜ୍ଞାନ ଅଧ୍ୟାପକ ଆଦିତ୍ୟ ସାରଥୀ ବେଦମତା । ଏହି କ୍ଷୁଦ୍ର ନାଟକ ମାଧ୍ୟମରେ ପ୍ଲାଷ୍ଟିକ ଓ ପଲିଥିନ୍ କିପରି ଜନସାଧାରଣଙ୍କ ବହୁ ପ୍ରକାର କ୍ଷତି କରିଥାଏ, ମୂର୍ତ୍ତିକା ରେ ମିଶି ନ ପାରି କିପରି ଏହାର ଉତ୍ପାଦନ କ୍ଷମତା ହ୍ରାସ କରିଥାଏ ଓ ପରିବେଶ ପ୍ରଦୂଷଣ କରିବାରେ ମୁଖ୍ୟ ଭୂମିକା ନେଇଥାଏ, ସେ ବିଷୟରେ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା । ସାଇକେଲ ରାଲି ରେ ପ୍ଲାଷ୍ଟିକ ଓ ପଲିଥିନ୍ ମୁକ୍ତ ଭାରତ ଉପଲକ୍ଷ ବହୁତ ପ୍ରକାର ସ୍ଲୋଗାନ ପ୍ରଦାନ କରାଯାଇଥିଲା । ରାଲି ଟି କଲେଜ ଗେଟ ଠାରୁ ଆରମ୍ଭ ହୋଇ ହାତୀମୁଣ୍ଡା, ତୁମ୍ବରାପୁଟ, ରତନପୁର ଗୁଆଳଡିହ , ଚମ୍ପାଦେଇପୁର, ପୁଞ୍ଜିଆମ୍ଭା, କୁମାରଙ୍ଗ ମଧ୍ୟ ଦେଇ ଫେରିଥିଲା । ଏହି ରାଲି ରେ ଅଧ୍ୟାପକ ବାଦଲ ବେହେରା, ଅଧ୍ୟାପକ ଡ଼କ୍ଟର ଗୁରୁ କିଶୋର ନାୟକ, ଅଧ୍ୟାପକ ସତ୍ୟାନନ୍ଦ ବେହେରା, ଅଧ୍ୟାପକ ଗୋଲକ କୁମାର ବେହେରା ଆଦି ଯୋଗ ଦେଇଥିଲେ । ନାଟକ ଟିରେ ଶ୍ରୀ ଓମ ପ୍ରକାଶ ମହଲା, ସୁଶ୍ରୀ ସଙ୍ଗୀତା ପ୍ରଧାନ, କୁମାରୀ ପୂଜା ମୁଦୁଲି ଆଦି ଭାଗ ନେଇଥିଲେ ।

Leave a Reply

Your email address will not be published. Required fields are marked *