ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ସାପ୍ତାହିକ ସମ୍ବାଦପତ୍ର ଭୋକିଲା ପେଟର ଦଶମ ବାର୍ଷିକ ଉତ୍ସବ ! ରାଜଧାନୀ ଲୋହିଆ ଏକାଡେମୀ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଜିଲ୍ଲା ଜଜ ଏବଂ ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚର ସଭାପତି ଉମାଚରଣ ମିଶ୍ର ସ୍ୱତନ୍ତ୍ର ଅତିଥି ରୂପେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ! କଳିଙ୍ଗ ରତ୍ନ ବ୍ରହ୍ମାନନ୍ଦ ମହାନ୍ତି ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନର ପ୍ରଧାନ ବୈଜ୍ଞାନିକ ଡ଼ ଜ୍ୟୋତି ନାୟକ ମୁଖ୍ୟ ଅତିଥି , ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ମୁଖ୍ୟ ବକ୍ତା , ଅବସରପ୍ରାପ୍ତ ଆୟକର କମିଶନର ଶୋଭନ କର ବରେଣ୍ୟ ଅତିଥି ଏବଂ ଆଦର୍ଶ ଶିକ୍ଷକ କାମଦେବ ମହାପାତ୍ର ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ରହିଥିଲେ ! ସାମ୍ପ୍ରତିକ ସମୟରେ ଗଣମାଧ୍ୟମ ର ଭୂମିକା ଶୀର୍ଷକ ଆଲୋଚନା ଚକ୍ରରେ ଅତିଥି ମାନେ ଉପାଦେୟ ତଥ୍ୟ ରଖିଥିଲେ ! ବାଙ୍କୀ ଅଞ୍ଚଳରୁ ପ୍ରକାଶିତ ସମ୍ବାଦପତ୍ର ଭୋକିଲା ପେଟ ତରଫରୁ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ଙ୍କୁ ବିଦ୍ୟାରତ୍ନ ସ୍ମୃତି ସମ୍ମାନ ଏବଂ ସମାଜସେବୀ ସିପ୍ରା ହୀରା ଙ୍କୁ ଶୁକଦେଇ ସମ୍ମାନ ପ୍ରଦାନ କରାଯାଇଥିଲା ! ଖବର କାଗଜର ପ୍ରକାଶନ ଦିନ ଠାରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକଳାପ ସମ୍ପର୍କରେ ସମ୍ପାଦକ ସୁଧୀର ନାୟକ ତଥ୍ୟ ରଖିଥିଲେ !
ସାପ୍ତାହିକ ସମ୍ବାଦପତ୍ର ‘ଭୋକିଲା ପେଟ’ର ଦଶମ ବାର୍ଷିକ ଉତ୍ସବ !!!

