୧୧୪ ରୁ ୩୪୨୦ କୁ ବୃଦ୍ଧି ଭାରତରେ କରୋନା ଆକ୍ଟିଭ୍ କେସ : ୧୩୭୨ ଦିନରେ ଚିନ୍ମୟ ଫାଉଣ୍ଡେସନର ନିରବଚ୍ଛିନ୍ନ ପ୍ରକ୍ରିୟାରେ କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଲୋକ ମାନଙ୍କର ସାମାନ୍ୟ ଅସଚେତନତା ଫଳରେ ମହାମାରୀ କରୋନାର ମାତ୍ରା କ୍ରମଶଃ ବଢ଼ି ବଢ଼ି ଚାଲିଛି । ଦିପାବଳୀ ପୂର୍ବ ଦିନ କ୍ରମଶଃ କରୋନାର ମାତ୍ରା କମି କମି ୧୧୪ ରେ ପହଞ୍ଚିଥିବା ବେଳେ ଦିପାବଳୀ ପରେ ପରେ ଦେଶରେ କରୋନାର ମାତ୍ରା ବଢ଼ି ବଢ଼ି ଆଜି ୩୪୨୦ ରେ ପହଞ୍ଚିଛି । ଗତକାଲି ଭାରତରେ ଏହାର ସ୍ଥିତି ଥିଲା ୨୯୯୭ । ତେଣୁ ସଚେତନତା ସହ ଏହାକୁ ଅଙ୍କୁଶ ନ ଲଗାଇଲେ ଏହା ଦେଶକୁ କ୍ଷତି ପହଞ୍ଚାଇ ପାରେ।ତେଣୁ ସଚେତନତା ସହ ଦେଶରୁ କୋଭିଡ୍ ମହାମାରୀର ସମ୍ପୂର୍ଣ୍ଣ ଭାବରେ ବିନାଶ ନିମନ୍ତେ ମାକ୍ସ୍ ଓ ସାନିଟାଇଜର ବ୍ୟବହାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାର ବାବଲ ପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ନିରବଚ୍ଛିନ୍ନ ପ୍ରକ୍ରିୟାରେ ଆଜକୁ ୧୩୭୨ ଦିନ ଧରି ବିଭିନ୍ନ ସ୍ଥାନରେ ମାକ୍ସ, ସାନିଟାଇଜର ବଣ୍ଟନ ସହ ଗରିବ ଓ ଅସହାୟ ଲୋକଙ୍କୁ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦିନ ସଂଖ୍ୟା ୧୩୭୧ ଓ ୧୩୭୨ ( ଶୁକ୍ରବାର ଓ ଶନିବାର) ତା୨୨ ଡିସେମ୍ବର ଓ ୨୩ ଡିସେମ୍ବର ଦୁଇ ଦିନ ଧରି ଜାରି ରହିଥିବାର ଦେଖିବାକୁ ମିଳିଛି। ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ପିଣ୍ଟୁ ମଲ୍ଲିକ,ଅଜୟ ଦାସ ଓ ଅନ୍ୟମାନେ ଏହି କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *