୬ ଦଫା ଦାବିପତ୍ର ପ୍ରଦାନ କୁ ବିତିଲା ୬ ମାସ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ର ସମସ୍ତ 108 ଆମ୍ବୁଲାନ୍ସ ରେ କାର୍ଯ୍ୟରତ କର୍ମଚାରୀ ୨୦୧୩ ମସିହା ଠାରୁ ସ୍ୱଳ୍ପ ପାରିଶ୍ରମିକରେ ଜିକ୍ଷିତୀଜା ହେଲଥ କେୟାର ଲିମିଟେଡ଼ ଭୁବନେଶ୍ୱର ନାମକ ଏକ ଘରୋଇ କମ୍ପାନୀ ଦ୍ୱାରା ପରିଚାଳିତ ହେଉଥିବା 108ଆମ୍ବୁଲାନ୍ସ ରେ ନିଷ୍ଠାପୁନ୍ଣ, ଓ ନିସ୍ଵାର୍ଥପର ଭାବେ ବନ୍ୟା, ବାତ୍ୟା, କରୋନା ମହାମାରୀ, ପ୍ରାକୃତିକ ବିପର୍ଯ୍ୟୟ ଓ ସାମୁହିକ ଦୁର୍ଘଟଣା, ଏମିତିକି ବାହାନଗା ରେଳ ଦୁର୍ଘଟଣା ଭଳି ପରିସ୍ଥିତି ରେ ସଠିକ ସେବା ଦେଇ ଆସୁଥିବା ବେଳେ ୬ମାସ ପୂର୍ବ ରୁ ବିଭିନ୍ନ ସମସ୍ୟା ତଥା ୬ଦଫା ଦାବି ନେଇ ଜିଲ୍ଲା ର କାର୍ଯ୍ୟରତ କର୍ମଚାରୀ ଜିଲ୍ଲାର ଜିଲ୍ଲପାଳ ମହୋଦୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଭେଟି ୬ଦଫା ଦାବି ବିଷୟ ରେ ଆଲୋଚନା କରିଥିଲେ ।ଫଳ ସ୍ୱରପ କିଛିଦିନ ପରେ ଉକ୍ତ କମ୍ପାନୀ ର ମୁଖ୍ୟ ପରିଚାଳକ ତା-୨୬/୦୬/୨୦୨୩ରିଖ ରେ ସବ୍ୟସାଚୀ ବିଶ୍ୱାଳ ଦରମା ବୃଦ୍ଧି ନିମନ୍ତେ ଏକ ଭିଡିଓ ରେ ବାର୍ତ୍ତା ଜାରିକରିଥିଲେ । ଏହି ଭିଡିଓ ବାର୍ତ୍ତା ରେ କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆସନ୍ତା ୧୫ଦିନ ମଧ୍ୟରେ ଦରମା ବୃଦ୍ଧି କରିବେ । ଏକଥା କୁ କାର୍ଯ୍ୟରତ କର୍ମ ଚାରି ଶୁଣିବା ଫଳରେ ଜିଲ୍ଲା ର ଉପରିସ୍ଥ ଅଧକାରୀମାନଙ୍କ ସହିତ କେକ କାଟି ଖୁସି ମନେଇ ଥିଲେ ।ଏହାପରେ ମଧ୍ୟ ଉକ୍ତ କମ୍ପାନୀ ର ମୁଖ୍ୟ ପରିଚାଳକ ସବ୍ୟସାଚୀ ବିଶ୍ୱାଳ, ରେଡ଼ିଓ ଚକୋଲେଟ 104 ଏଫଏମ ମାଧ୍ୟମ ରେ କର୍ମଚାରୀ ମାନଙ୍କ ପ୍ରଶଂସା କରିବା ସହିତ ଅନ୍ୟ ରାଜ୍ୟ ତୁଳନା ରେ ରାଜ୍ୟ କର୍ମଚାରୀମାନେ ଅତି ସ୍ୱଳ୍ପ ପାରିଶ୍ରମିକ ରେ ଉତ୍ତମ ରୋଗୀ ସେବାଯୋଗାଉ ଛନ୍ତି ବୋଲି ସ୍ୱୀକାର କରିଥିଲେ ମଧ୍ୟ, ଅଦ୍ୟାବଧି ୬ମାସ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଉକ୍ତ କମ୍ପାନୀକତୃପକ୍ଷ କିମ୍ବା ସରକାରୀ କତୃପକ୍ଷସମସ୍ୟା ଓ ଦରମା ବୃଦ୍ଧି ରେ କାର୍ଯ୍ୟକାରୀ କରିନାହାନ୍ତି। ଏପଟେ କାର୍ଯ୍ୟରତ କର୍ମଚାରୀ ୬ଦଫା ଦାବି ନେଇ ପୁଣି ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରି ଯଥାଶୀଘ୍ର ଭିଡିଓ ବାର୍ତ୍ତା ପ୍ରତିଶୃତି ଓ ୬ଦଫା ଦାବିପତ୍ର କୁ ଗ୍ରହଣ କରି ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ।

 

Leave a Reply

Your email address will not be published. Required fields are marked *