ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂଆ- ଓ କାର୍ଯ୍ୟକ୍ରମ ଉଦଯାପନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ – ଓ କାର୍ଯ୍ୟକ୍ରମ ର ମଙ୍ଗଳବାର ଦିନ ଉଦଯାପନ ସମାରୋହ ଅଧ୍ୟକ୍ଷା ରଶ୍ମିତା ମହାନ୍ତି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ମୁଖ୍ୟ ବକ୍ତା ଭାବେ ବାଣପୁର ଏନ୍.ଏ.ସି. ଅଧ୍ୟକ୍ଷ ମିଟୁ ନାୟକ, ସ୍ୱତନ୍ତ୍ର ଅତିଥି ଭାବେ ରାଜା ଚକ୍ର, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ସଂପାଦକ ଜଗନ୍ନାଥ ଭୋଳ , ଏନ୍.ଏ.ସି. ଉପାଧ୍ୟକ୍ଷା ପ୍ରାଚୀପ୍ରଭା ସ୍ୱାଇଁ, କାଉନସିଲର ରାସଲତା ଜେନା ଙ୍କ ସମେତ ସମସ୍ତ କାଉନସିଲର ମାନେ ଯୋଗ ଦେଇଥିଲେ । ମଞ୍ଚ ପରିଚାଳନା କରିଥିଲେ ନୋଡାଲ ଅଧିକାରୀ ଅଧ୍ୟାପକ ସର୍ବେଶ୍ଵର ଷଡ଼ଙ୍ଗୀ । ଉକ୍ତ ଉତ୍ସବରେ ବାଣପୁର -ବାଲୁଗାଁ ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପକ ପ୍ରଶାନ୍ତ କୁମାର ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ନୋଡାଲ ଅଧିକାରୀ ସର୍ବେଶ୍ଵର ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ । କୃତି ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଅଧ୍ୟାପକ ମନୋଜ ମହାପାତ୍ର, ଅଧ୍ୟାପିକା ସୁଚିତ୍ରା ଦାସ, କଲ୍ୟାଣୀ ବୈରୀଗଞନ, ପ୍ରମୋଦିନୀ ସାମନ୍ତରାୟ, ରୋଜାଲିନ୍ ଦାସ, ଗୃହ ବିଞାନ ସହାୟିକା କସ୍ତୁରୀ ପଟ୍ଟନାୟକଙ୍କ, ମନସ୍ତତ୍ତ୍ୱ ସହାୟକ ରବିନ୍ଦ୍ର କୁମାର ମାର୍ଥା, କମ୍ପ୍ୟୁଟର ପ୍ରଶିକ୍ଷକ ଶିବଶଙ୍କର ପଣ୍ଡା, ଅଶୋକ କୁମାର ସ୍ୱାଇଁ, ସିଦ୍ଧେଶ୍ୱର ନରେନ୍ଦ୍ର ସିଂହ,ପ୍ରଭାତ ବିଶ୍ଵାଳ, ମୃତ୍ୟୁଞୟ ମିସ୍ତ୍ରୀ, ରଜନୀ କାନ୍ତ ମହାପାତ୍ର, ପ୍ରମିଳା ଜେନା, ସୁବାସ ବେହେରା ପ୍ରମୁଖ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *