ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁରର ମାଳ ଅଞ୍ଚଳ ଓ ପୋଡା ସାହି ରେ ବେଆଇନ ମଦ କାରବାର ର ପେଣ୍ଠ ଖୋଲିଥିବା ବେଳେ ଅବକାରୀ ଚଢ଼ାଉ ରେ କେବଳ ନାମକୁ ମାତ୍ର ମଦ ଜବତ କରି ବାହାବା ନେଉଛନ୍ତି ! ବେଆଇନ ମଦ ବେପାରୀ ମାନେ ସହଜ ରେ ଜାମିନ ରେ ଆସି ପୁଣି ବ୍ୟବସାୟ ରେ ମାତୁଥିବା ଅଭିଯୋଗ ମାନ ହେଉଥିବା ବେଳେ ଏହା ର ସାମାନ୍ୟ ବ୍ୟତିକ୍ରମ ଘଟି ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ବାଣପୁରର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୋଶରଡା ଓ ବାଣପୁର ଏନଏସି ଅନ୍ତର୍ଗତ ପୋଡାସାହି ଠାରେ ଚଢାଉ କରି ବେଆଇନ ଭାବେ ମଦ ପ୍ରସ୍ତୁତ ପାଇଁ ରଖାଯାଇଥିବା ୧୯ ହଜାର ୬ ଶହ ଲିଟର ପୋଚ ଏବଂ ପ୍ରସ୍ତୁତ ହୋଇ ବିକ୍ରି ନିମନ୍ତେ ରଖାଯାଇଥିବା ୧୪ ଶହ ୬୫ ଲିଟର ଚୋରା ଦେଶୀ ମଦ ଜବତ କରିଛନ୍ତି । କିନ୍ତୁ ଚିରା ଚରିତ ଭାବେ ମଦ ବେପାରୀ ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ଅବକାରୀ ଓ ପୋଲିସ ରିକ୍ତ ହସ୍ତ ରେ କେବଳ ବେଆଇନ ମଦ ଓ ପୋଚ ଜବତ କରି ବାଣପୁର ତହସିଲଦାର ପଦ୍ମନାଭ ଦୋରା ଙ୍କ ଉପସ୍ଥିତିରେ ସେ ସବୁ କୁ ନଷ୍ଟ କରିଦିଆ ଯାଇଛି । ଉକ୍ତ ଚଢ଼ାଉରେ ବାଣପୁର ତହସିଲଦାର ପଦ୍ମନାଭ ଦୋରା, ବାଲୁଗାଁ ଅବକାରୀ ଅଧିକାରୀ ମନୋଜ ବାରିକ, ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ ନାରାୟଣ ଜେନା, ଅବକାରୀ ଅଧିକାରୀ ତପନ କୁମାର ସ୍ବାଇଁ, ଅବକାରୀ ଅଧିକାରୀ ପ୍ରକାଶ ଷଡଙ୍ଗୀ, ଜିଲ୍ଲା ମୋବାଇଲ ଅଧିକାରୀ ନୀଳିମା ସ୍ୱାଇଁ, ମୋବାଇଲ ଏସଆଇ ରୋହିତ ଦଣ୍ଡସେନା ଙ୍କ ସମେତ ଅବକାରୀ ଓ ବାଣପୁର ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ ।
ବାଣପୁର ରେ ଅବକାରୀ ଓ ପୋଲିସର ମିଳିତ ଚଢାଉ : ବ୍ୟାପକ ପରିମାଣରେ ବେଆଇନ ଦେଶୀ ମଦ ଓ ପୋଚ ଜବତ !!!

