ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ମହାମହିମ ରାଜ୍ୟପାଳ ଙ୍କ ବଡ଼ମ୍ବା ବ୍ଲକ ଗସ୍ତ , ବିଭିନ୍ନ କାର୍ଯ୍ୟକ୍ରମ ରେ କଲେ ଯୋଗଦାନ ! ମହାମହିମ ରାଜ୍ୟପାଳ ବଡ଼ମ୍ବା ବ୍ଲକ୍ ର ଆରାଧ୍ୟ ଦେବ ପ୍ରଭୁ ସିଂହନାଥ ପୀଠ ରେ ୧୧ ଟା ସମୟରେ ପହଞ୍ଚିଥିଲେ । ସେଠାରେ ପ୍ରଶାସନ ପକ୍ଷରୁ କଟକ ଜିଲ୍ଲାପାଳ ନରହରି ସେଠୀ, କଟକ ଗ୍ରାମାଞ୍ଚଳ ଆରକ୍ଷ ଅଧିକ୍ଷକ ମିହିର କୁମାର ପଣ୍ଡା, ଆଠଗଡ଼ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଙ୍କ ସମେତ ବଡ଼ମ୍ବା ବ୍ଲକ୍ ପ୍ରଶାସନ ଏବଂ ତହସିଲଦାର୍ ସ୍ୱାସତ ରଞ୍ଜନ ଦାସ, ମଣ୍ଡଳ ଉନ୍ନୟନ ଅଧିକାରୀ ରମେଶ ଚନ୍ଦ୍ର ଜେନା ଉପସ୍ଥିତ ରହି , ଟି ସେତୁରେ ମହାମହିମ ରାଜ୍ୟପାଳ ଙ୍କୁ ପୁଷ୍ପ ଗୁଛ ଏବଂ ଉପଢୌକନ ଦେଇ ସିଂହନାଥ ପୀଠ କୁ ପାଛୋଟି ନେଇଥିଲେ । ପରେ ମନ୍ଦିର ସେବାୟତ ଙ୍କ ଦ୍ଵାରା ସ୍ୱତନ୍ତ୍ର ପୂଜାନୀତି ସମ୍ପନ୍ନ କରାଯାଇଥିଲା । ରାଜ୍ୟପାଳ ଶ୍ରୀ ଦାସ ଠାକୁର ଦର୍ଶନ କରି ବେଢା ପରିକ୍ରମା କରି ମନ୍ଦିର ର କାରୁକାର୍ଯ୍ୟ ଦେଖି ବହୁତ ଆନନ୍ଦ ଉପଭୋଗ କରିଥିବା ନିଜ ବ୍ୟକ୍ତବ୍ୟ ରେ କହିଥିଲେ । ପରେ ସେଠାରୁ ବାହାରି ବଡ଼ମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ଯୋଗ ଦେଇଥିଲେ । ମହାବିଦ୍ୟାଳୟ NCC ବିଭାଗ ପକ୍ଷରୁ ମହାମହିମ ରାଜ୍ୟପାଳ ଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ଉଚ୍ଚଶିକ୍ଷା ତଥା ଖାଦ୍ୟ ନିରାପତ୍ତା ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କଟକ ଲୋକସଭା ସାଂସଦ ଭତୃହରି ମହତାବ, ବଡ଼ମ୍ବା ବ୍ଲକ୍ ଅଧକ୍ଷ ରଘୁପତି ମହାନ୍ତି, ଚିଫ୍ ନୋଡ଼ାଲ ଅଫିସର ବିଶ୍ଵନାଥ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ମହାମହିମ ରାଜ୍ୟପାଳ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ପ୍ରତୀମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ । କଲେଜ ର ଅଧକ୍ଷା ଡ଼ଃ ଶୁଚିସ୍ମିତା ମହାନ୍ତି ନିଜର ସ୍ୱାଗତ ବକ୍ତବ୍ୟ ରଖିଥିବା ବେଳେ କଲେଜ ର ଆଡଭାଇଜର ତଥା ପୁରାତନ ଛାତ୍ର ମାନଗୋବିନ୍ଦ ପାତ୍ର ବାର୍ଷିକ ବିବରଣୀ ପଠନ କରିଥିଲେ । ମହାମହିମ ରାଜ୍ୟପାଳ ନିଜ ବକ୍ତବ୍ୟ ରେ କହିଥିଲେ ଯେ , ବଡମ୍ବା ମାଟିରେ ପାଦ ପକାଇ ମୁଁ ନିଜକୁ ଧନ୍ୟ ମନେ କରୁଛି । ଶେଷରେ ଦିପ୍ତୀରେଖା ପାଢ଼ୀ ଏବଂ ତାଙ୍କ ଟିମ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ମହାମହିମ ରାଜ୍ୟପାଳ ଙ୍କ ବଡ଼ମ୍ବା ବ୍ଲକ ଗସ୍ତ : ବିଭିନ୍ନ କାର୍ଯ୍ୟକ୍ରମ ରେ କଲେ ଯୋଗଦାନ !!!

