ବିଶ୍ୱ ତମାଖୁ ଦିବସ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ପଦ୍ମପୁର ସ୍ଥିତ ବିନୋଦିନି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ତମାଖୁ ଦିବସ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାର ଅତିରିକ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡକ୍ଟର ଆନନ୍ଦ ସାମନ୍ତରାୟ ଯୋଗ ଦେଇଥିବା ବେଳେ ସୂର୍ଯ୍ୟକାନ୍ତ ମିଶ୍ର ଓ ଜାତୀୟ ସେବା ଯୋଜନାର ଜିଲ୍ଲା ପ୍ରମୁଖ ଡକ୍ଟର ସନ୍ୟାସୀ ବେହେରା ଯୋଗ ଦେଇ ତମାଖୁର ଅପକାରିତା ଓ ଏହାକୁ ବର୍ଜନ କରିବା ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା । ଏଥିରେ ଗଜପତି ଜିଲ୍ଲାର ବିଭିନ୍ନ କଲେଜରୁ ପ୍ରାୟ 55 ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ତର୍କରେ ପ୍ରିୟା ପ୍ରଧାନ ପ୍ରଥମ, ବିନୟ ରାଜ୍ ଦ୍ୱିତୀୟ ଓ ସୌଦାଗର ସିଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସ୍ଲୋଗାନରେ ସୁରଜିତ ମନୋହର ଲିମା ପ୍ରଥମ ସ୍ଥାନ, ପ୍ରିୟା ପ୍ରଧାନ ଦ୍ୱିତୀୟ ଓ ଅନିତା ରଇତ ତୃତୀୟ ସ୍ଥାନ ପାଇଛନ୍ତି । ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ଚନ୍ଦୁ ନାୟକ ପ୍ରଥମ, ପ୍ରିୟା ପାତ୍ର ଦ୍ୱିତୀୟ,ଆରନ ରଇତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଆସନ୍ତା ମଇ 31 ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିସରରେ ବିଶ୍ୱ ତମାଖୁ ଦିବସ କାର୍ଯ୍ୟକ୍ରମ ରେ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯିବ । ଆୟୋଜିତ କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର ଅଫିସର ଅଧ୍ୟାପକ ସୀତାରାମ ପ୍ରଧାନ ପରିଚାଳନା କରିଥିବା ବେଳେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ । ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *