ପୁନରୁଦ୍ଧାର ହୋଇପାରୁ ନାହିଁ ସୀତା ସାଗର !!

0
219

ଗଜପତି (ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସାଧାରଣ ଲୋକଙ୍କ ସୁବିଧା ପାଇଁ ଗଜପତି ଜିଲ୍ଲାରେ କୃଷ୍ଣ ସାଗର, ସୀତାସାଗର, ରାଧା ସାଗର, ରାମସାଗର, ଭଳି ବିଭିନ୍ନ ଜଳାଶୟ ମହାରାଜାଙ୍କ ଅମଳରେ ଖନନ କରାଯାଇଥିଲା । ଯାହା ଫଳରେ ଚାଷୀମାନେ ପାଣିର ସୁବିଧା ପାଇ ଚାଷ ସୁଗମ ହେବ। ସହ ସ୍ଥାୟୀ ଭାବରେ ଜଳକଷ୍ଟ ଦୂର ହୋଇଥିଲା . ପାଣି ସମସ୍ୟାର ସମାଧାନ ଏବଂ ଚାଷକାର୍ଯ୍ୟ ସହଜ ପାଇଁ ଖୋଳା ଯାଇଥିବା ସାଗର ଗୁଡିକର ରକ୍ଷଣା ବେକ୍ଷଣ ଅଭାବରୁ ବ୍ୟବହାର ଅନୁପଯୋଗୀ ହୋଇପଡିଛି . ତାହା ପରିଷ୍କାର କରିବା ତ ଦୂରର କଥା ପୁନରୁଦ୍ଧାର ମଧ୍ୟ ହୋଇ ପାରୁନାହିଁ । ଯାହା ଫଳରେ ଚାଷୀ ଜଳ ପାଇବା କଷ୍ଟସାଧ୍ୟ ହୋଇ ପଡୁଛି । ଏପରିକି କେନାଲ ମଧ୍ୟ ସଫା ହୋଇପାରୁ ନଥିବାରୁ ଚାଷୀ ଜଳ ପାଇ ପାରୁନଥିବା ଅଭିଯୋଗ ହେଉଛି । କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ଚାଷୀଙ୍କ ସକାଶେ ବିଭିନ୍ନ ଯୋଜନା ମାନ ରହିଛି । ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ଅନୁଦାନ ଆସୁଥିବା ବେଳେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସକାଶେ ତାହା ବିନିଯୋଗ ନହେବା ଦୁର୍ଭାଗ୍ୟର ବିଷୟ ବୋଲି ଚାଷିକୂଳ ପ୍ରକାଶ କରିଛନ୍ତି . ବିଭାଗ ତରଫରୁ ଅନେକ ସ୍ଥାନରେ ଚେକଡ୍ୟାମ, କେନାଲ ପ୍ରଭୃତି ନିର୍ମାଣ ହେଉଥିଲେବି ତାହା କେତେ ଦୂର ସଫଳ ହୋଇପାରିଛି ଏବଂ ଚାଷୀ ଚାଷ ଜମିକୁ ଜଳ ଯୋଗାଣ କାମରେ ଆସୁଛି ନା ନାହିଁ ତାହା ଏକ ବିରାଟ ପ୍ରଶ୍ନବାଚି . କ୍ଷୁଦ୍ରଜଳ ସେଚନ ବିଭାଗ ଅଧିନରେ ସୀତା ସାଗର ରହି ଥିବା ବେଳେ ଦୀର୍ଘ ବର୍ଷ ହେଲା ଏହାର ପୁନରୁଦ୍ଧାର ହୋଇପାରୁ ନାହିଁ କି ସଫା ମଧ୍ୟ କରାଯାଉ ନାହିଁ . ଯାହା ଫଳରେ ଚାଷୀ ଚାଷ ସକାଶେ ବିଭିନ୍ନ ସମୟରେ ଜଳ ପାଇବା କଷ୍ଟସାଧ୍ୟ ହେଉଛି। ବର୍ତ୍ତମାନ ପାଣି ପଞ୍ଚାୟତ ନଥିବା ଯୋଗୁଁ ଚାଷୀଙ୍କର ସମସ୍ୟାର ସମାଧାନ ହୋଇ ପାରୁନଥିବା ଅଭିଯୋଗ ହେଉଛି । ଏପରି କି କେନାଲ ସଫା ହୋଇ ପାରୁନ ଥିବା ଅଭିଯୋଗ ହେଉଛି । ବିଭାଗୀୟ କତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ କୌଣସି ଫଳ ମିଳୁ ନଥିବାର ଅଭିଯୋଗ ହେଉଛି ।

LEAVE A REPLY

Please enter your comment!
Please enter your name here