କଟକ (ଆୱାଜ ମିଡ଼ିଆ) – ସଞ୍ଜୟ ଚକ୍ରବର୍ତ୍ତୀ : ମୁଖ୍ୟମନ୍ତ୍ରୀଙ୍କ ତାଗିଦ ପରେ ଆକ୍ସନ ମୋଡ଼ରେ କମିଶନେରେଟ ପୋଲିସ । ଅମାନିଆଙ୍କୁ ଶାସନ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ସମୟରେ ସାଧାରଣ ଲୋକଙ୍କୁ ଦିଆଯାଉଛି ସଚେତନତାର ବାର୍ତ୍ତା . ସାମାଜିକ ଦୂରତା ନିୟମକୁ କଡାକଡି ଭାବରେ ପାଳନ କରିବା ଓ ମାସ୍କ ବ୍ୟବହାର ଉପରେ ବେଶ ଗୁରୁତ୍ୱ ଦେଉଛି କମିଶନେରେଟ ପୋଲିସ । ସହର ମଧ୍ୟରେ କିଛି ବ୍ୟବସାୟୀ କରୋନା କଟକଣାକୁ ମାନୁ ନଥିବା ବେଳେ ସେମାନଙ୍କ ପାଖରୁ ଫାଇନ ମଧ୍ୟ ଆଦାୟ କରାଯାଉଛି । ଆଜି କଟକ ଡିସିପି ପ୍ରତୀକ ଗୀତା ସିଂଙ୍କ ତତ୍ୱବାଧାନରେ କଟକ ସହରରେ ଥିବା ବିଭିନ୍ନ ଥାନା ଅଧିକାରୀଙ୍କ ସହାୟତରେ କଟକଣା ପାଳନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା . ଆଗାମୀ ଦିନରେ ମଧ୍ୟ ସହରରେ ଯାଞ୍ଚ ପକ୍ରିୟା କ୍ରମଶଃ ଚାଲୁରହିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି।