ବାଲୁଗାଁ କୌସ୍ତୁଭ ହସ୍ପିଟାଲରେ ଚିକିତ୍ସା ଅବହେଳା ଯୋଗୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଅବହେଳା ଯୋଗୁ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବାର ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଖାରିବନ୍ଧ ଗ୍ରାମର ମକଦମ ସ୍ୱାଇଁ ଙ୍କ ଝିଅ ପାର୍ବତୀ ରାଉତ (୨୩) ଦେଢ଼ବର୍ଷ ତଳେ ତେନ୍ତୁରୁଡ଼ି ଗ୍ରାମର ଦେବାଶିଷ ରାଉତ ଙ୍କୁ ବିବାହ କରିଥିଲେ | ଶୁକ୍ରବାର ପାର୍ବତୀ ରାଉତ ଙ୍କ ପ୍ରଥମ ଡେଲିଭେରୀ ଥିବାରୁ ସକାଳ ସମୟରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡେଲିଭେରୀ ପାଇଁ ଯାଇଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ତିନି ଘଣ୍ଟା ଚିକିତ୍ସା ପରେ ମେଡିକାଲ ଅଫିସର ବାଲୁଗାଁ ସ୍ଥିତ କୌସ୍ତୁଭ ହସ୍ପିଟାଲ କୁ ଯିବା ପାଇଁ କହିଥିଲେ ଏବଂ ସେ ସେଠାରେ ତାଙ୍କ ଡେଲିଭେରୀ କରିବା ପାଇଁ ପରିବାର ଲୋକଙ୍କୁ କହିଥିଲେ । ପରିବାର ଲୋକେ ତାଙ୍କୁ ସେହି ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରିବା ପରେ ଦୀର୍ଘ ସମୟ ପର୍ଯନ୍ତ ଡାକ୍ତର ଆସିନଥିଲେ ଓ ଡାକ୍ତର ବିଳମ୍ୱ ରେ ପହଞ୍ଚି ଥିଲେ ଯାହା ଫଳରେ ପାର୍ବତୀ ଙ୍କ ମୃତ୍ୟୁ ହୋଇଥିବାର ପରିବାର ଲୋକଙ୍କ ପକ୍ଷରୁ ଅଭିଯାଗ ହୋଇଛି । ଏନେଇ ଗ୍ରାମବାସୀ ରାସ୍ତା ଅବରୋଧ କରିଥିବା ବେଳେ ବାଲୁଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରି ଥିବାର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *