ଜଣେ ଚିକିତ୍ସାଧୀନ କନେଷ୍ଟବଳଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଥାନା ଅଧିକାରୀଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଗ୍ରାମ୍ୟ ନ୍ୟାୟାଳୟରେ ବିଚାରାଧୀନ ଥିବା ଏକ ମାମଲାର ଶୁଣାଣି କରି ମାନ୍ୟବର ବିଚାରପତି ସୁକିନ୍ଦା ଥାନାର ପୂର୍ବତନ ଥାନା ଅଧିକାରୀ ଶିବ ଚରଣ ବେହେରା ଓ ତାଙ୍କ ବାପା ପଞ୍ଚାନନ ବେହେରାଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ଗତ ୨୦୨୨ ମସିହା ମାର୍ଚ୍ଚ ୩ ତାରିଖରେ ସୁକିନ୍ଦା ଥାନାର କାର୍ଯ୍ୟରତ ଡ୍ରାଇଭର ସୁକୁମାର ସ୍ବାଇଁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ସମୟରେ ଥାନା ଅଧିକାରୀ ଶିବ ଚରଣ ବେହେରା ତାଙ୍କୁ ଆକ୍ରମଣ କରି ଆହତ କରିଥିବା ନେଇ ସୁକୁମାରଙ୍କ ମା ସୁକିନ୍ଦା କୋର୍ଟରେ ମାମଲା ଦାୟର କରିଥିଲେ । ସେହି ସମୟରେ ଏହି ଘଟଣାକୁ ନେଇ ପୋଲିସ ବିଭାଗରେ ହଟଚମଟ ସୃଷ୍ଟି ହୋଇଥିଲା । ସେହି ମାମଲାରେ ଶିବ ଚରଣ ନିଜେ କୋର୍ଟରେ ହାଜର ନହୋଇ ଓକିଲଙ୍କ ଦ୍ଵାରା ହାଜର ହୋଇଥିଲେ । ଏହି ମାମଲାରେ ଦଫା ୩୦୭ ଥିବାରୁ ସୁକିନ୍ଦା କୋର୍ଟରେ ଜାମିନ ଆବେଦନ ଖାରଜ ହେବା ସହ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *