ବାଣପୁର ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟରେ କନିଷ୍ଠ ସହାୟକ ମାନଙ୍କୁ ସରକାର ବର୍ଷ ବର୍ଷ ଧରି ଉପେକ୍ଷା କରି ଆସୁଛନ୍ତି । ଯାହା ଫଳରେ ରାଜ୍ୟର ସମସ୍ତ ବିଭାଗର କନିଷ୍ଠ ସହାୟକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ରାଜ୍ୟ ଅମଲା ସଂଘର ଆହ୍ବାନ କ୍ରମେ ବାଣପୁର ତହସିଲ କାର୍ଯ୍ୟଳୟ ପରିସରରେ କର୍ମଚାରୀ ମାନେ ନାର୍ଯ୍ୟ ଦାବି ହାସଲ ନେଇ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଯାହା ଫଳରେ ବ୍ଲକ, ତହସିଲ କାର୍ଯ୍ୟାଳୟ ସମେତ ଅନ୍ୟ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଅଚଳାବସ୍ଥା ଦେଖା ଦେଇଛି । ଯୋଗ୍ୟତା ଭିତ୍ତିରେ ବେତନ ପ୍ରାପ୍ୟ କୁ ପ୍ରଧାନ ଦାବି ନେଇ ଅମଲା ମାନେ ଗତ ୧୦ ଦିନ ଧରି କଳାବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚଳାଇଛନ୍ତି । ମାତ୍ର କୌଣସି ସୁଫଳ ନ ମିଳିବାରୁ ଗୁରୁବାର ଠାରୁ ଅମଲା ମାନେ ସମୂହ ଛୁଟି ନେଇ ଧାରଣାରେ ସାମିଲ ହୋଇଥିବା ବେଳେ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସେମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *