ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ଆମ୍ବଗଡିଆ ର ବୀରଭୂମିରେ ସହିଦ ସ୍ମୃତି ଦିବସ କାର୍ଯ୍ୟକ୍ରମ !!!

0
134

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ଆମ୍ବଗଡିଆର ବୀରଭୂମିରେ ସହିଦ ସ୍ମୃତି ଦିବସ କାର୍ଯ୍ୟକ୍ରମ ! କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୁରିଛି 18 ବର୍ଷ । ଟାଟା କମ୍ପାନୀର ଜମି ଅଧିଗ୍ରହଣକୁ କେନ୍ଦ୍ରକରି ୨୦୦୬ ଜାନୁଆରୀ ୨ ତାରିଖରେ କଳିଙ୍ଗନଗରରେ ଘଟିଥିଲା ଗୁଳିକାଣ୍ଡ । ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ ୧୪ ଜଣ ଆଦିବାସୀ । ଏହି ସ୍ମୃତିରେ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ପ୍ରତିବର୍ଷ ପାଳିତ ହେଉଛି ସହିଦ ସ୍ମୃତିଦିବସ । ଗୁଳିକାଣ୍ଡ ସ୍ଥଳ ଚମ୍ପାକୋଇଲ ସ୍ମୃତି ସ୍ତମ୍ଭରେ ସହୀଦ ମାନଙ୍କୁ ସ୍ମରଣ କରି ପାରମ୍ପରିକ ପୂଜାର୍ଚ୍ଚନା କରିଥିଲେ ବିସ୍ଥାପନ ବିରୋଧୀ । ସେଠାରୁ ଏକ ବିଶାଳ ଶୋଭଯାତ୍ରାରେ ବାହାରି ସମାଧୀସ୍ଥଳ ଆମ୍ୱଗଡିଆର ବୀରଭୂମିରେ ପହଞ୍ଚିଥିଲେ । ସେଠାରେ ସହୀଦ ମାନଙ୍କୁ ଲାଲ ସଲାମ ଜଣାଇ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ୨୦୦୬ ଜାନୁଆରୀ 2 ରେ ଟାଟା କମ୍ପାନୀର ଜମି ଅଧିଗ୍ରହଣକୁ ନେଇ ଘଟିଥିଲା ଗୁଳିକାଣ୍ଡ । ସେହି ଦିନକୁ ମନେ ରଖିବା ପାଇଁ ଆଜି ଆଦିବାସୀ ମାନେ ପାଳିଛନ୍ତି ସହୀଦ ସ୍ମୃତି ଦିବସ । ପ୍ରତିବର୍ଷ ଭଳି ଆଜି ଆଦିବାସୀ ମାନେ ଗୁଳିକାଣ୍ଡ ସ୍ଥଳ ଚମ୍ପାକୋଇଲରେ ସ୍ମୃତିସ୍ତମ୍ଭ ନିକଟରେ ସହୀଦ ମାନଙ୍କ ସ୍ମୃତିଚାରଣ ଓ ପୂଜାର୍ଚ୍ଚନା କରାଯାଇଥିଲା। ବିଭିନ୍ନ ସ୍ଥାନରୁ ଆସିଥିବା ଆଦିବାସୀ ମାନେ ଏକତ୍ରିତ ହୋଇ ସମାଧୀସ୍ଥଳ ବୀରଭୂମି ଅଭିମୁଖେ ଏକ ବିରାଟ ଶୋଭଯାତ୍ରାରେ ବାହାରିଥିଲେ । କଂପାନୀ ଓ ସରକାର ବିରୋଧୀ ନାରାରେ ସମଗ୍ର ଅଞ୍ଚଳ କମ୍ପି ଉଠିଥିଲା । ସେପଟେ 18 ବର୍ଷ ତଳେ ହୋଇଥିବା ଗୁଳିକାଣ୍ଡ ଘଟଣାର ତଦନ୍ତ ରିପୋର୍ଟ ପ୍ରକାଶ ପାଇଥିଲେ ହେଁ ଏଥିରେ କାହାରିକୁ ଦୋଷୀ କରାଯାଇ ନଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଆଦିବାସୀ ଓ ମୃତକଙ୍କ ପରିବାର । ଟାଟା କମ୍ପାନୀ ଦେଇଥିବା ପ୍ରତିଶୃତି ପାଳନ କରି ନଥିବାରୁ ଆଗକୁ ସଂଘର୍ଷ ହେବା ନେଇ ଚେତାବନୀ ଦେଇଛନ୍ତି ଆଦିବାସି ଗଣ ସଂଗଠକ । ସେପଟେ ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଥିଲେ । କଳିଙ୍ଗନଗର ଅତିରିିକ୍ତ ଏସପିଙ୍କ ସମେତ ଜଣେ ଡି.ଏସ୍‌.ପି, ୪ଥାନା ଅଧିକାରୀ, ୧୦ ଅଫିସର ଓ ୧୧ ସେକ୍ସନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here