ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ଜଗତସିଂପୁର ଜିଲ୍ଲାରେ ଖୋଲିଲା ନାହିଁ ଧାନ ମଣ୍ଡି | ପ୍ରଶ୍ନ ଉଠାଇଲା ବିଜେପି କିଷାନ ମୋର୍ଚା | ମୋର୍ଚାର ରାଜ୍ୟ ସଭାପତି ମହେଶ୍ଵର ସାହୁ ଗତକାଲି ଦିନ ତମାମ ଜଗତସିଂହପୁର ଜିଲ୍ଲା ର ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରି ଚାଷୀ ମାନଙ୍କ ସମସ୍ୟା ବୁଝିବା ସହ ପାରାଦୀପ ରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ | ନଭେମ୍ବର 1 ତାରିଖ ରୁ ଧାନ ମଣ୍ଡି ଖୋଲିବା ପାଇଁ ରାଜ୍ଯ ସରକାର ଘୋଷଣା କରିଥିଲେ ମଧ୍ଯ ଆଜି ପର୍ଯ୍ୟନ୍ତ ଜିଲ୍ଲା ରେ ଗୋଟିଏ ବି ଧାନ ମଣ୍ଡି ଖୋଲିଲା ନାହିଁ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି | ଚାଷୀ ଙ୍କ ଠାରୁ ମଣ୍ଡି ମାଧ୍ୟମରେ ମିଲର ଧାନ କିଣୁ ନଥିବା ବେଳେ ମିଲ ରେ ହଜାର ହଜାର କ୍ୱିଣ୍ଟାଲ ଧାନ ଆସୁଚି କୁଆଡୁ ବୋଲି ମଧ୍ଯ ସେ ପ୍ରଶ୍ନ କରିଛନ୍ତି | ଧାନ ର ଅଭାବୀ ବିକ୍ରି , ଜାଣି ଶୁଣି ମଣ୍ଡି କୁ ବିଳମ୍ବରେ ଖୋଲିବା ଓ ମଣ୍ଡି ରେ କଟନୀ ଛଟନି କରାଯାଉଥିବା ବେଳେ ଗରିବ ଚାଷୀ ଟି ବାଧ୍ୟ ହୋଇ ନିର୍ଦ୍ଧାରିତ ମୂଲ୍ୟ ଠାରୁ କମ ମୂଲ୍ୟରେ ବେପାରୀ ଙ୍କୁ ବିକ୍ରି କରୁଛି | ସରକାର ମିଲର ଆଉ ମଣ୍ଡି ଅଧିକାରୀ ଙ୍କ ମଧୁଚନ୍ଦ୍ରିକା ରେ ଚାଷୀ ଲୁଟ ର ଶିକାର ହେଉଥିବା ବେଳେ ବିଜେପି କୃଷକ ମୋର୍ଚା ଆନ୍ଦୋଳନକୁ ଓଲ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି |