ରାୟଗଡ଼ା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଠାରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ସ୍ୱଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଯୁଗ୍ମ ଅଭିଯୋଗ ଶୁଣାଣିରେ ଏସପି ବିବେକାନନ୍ଦ ଶର୍ମା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କହଁର, ଉପଜିଲାପାଳ ଭୀମସେନ ଶବର, ସିଡିଏମଓ ଡାକ୍ତର ଲାଲମହୋନ ରାଉତରାୟ, ପଂଚାୟତ ସମିତି ଅଧ୍ୟକ୍ଷା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ ଖରାଙ୍କଙ୍କ ସମେତ ସମସ୍ତ ଜିଲା ସ୍ତରୀୟ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅଭିଯୋଗ ଶୁଣାଣିରେ ସମୁଦାୟ ୩୨ଟି ଅଭିଯୋଗ ହୋଇଥିଲା । ସେଥି ମଧ୍ୟରୁ ୨୫ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୭ଟି ସାମୂହିକ ଅଭିଯୋଗ ହୋଇଥିଲା । ଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ଏହି ଅଭିଯୋଗ ଗୁଡିକ ପାଇଲା ପରେ ତୁରନ୍ତ ସମାଧାନ ନିମନ୍ତେ ଅଧିକାରୀ ମାନଙ୍କୁ ସୁପାରିଶ କରିଥିଲେ l
କଲ୍ୟାଣସିଂପୁରରେ ୩୨ ଅଭିଯୋଗ ଶୁଣିଲେ ଜିଲାପାଳ !!!

