ସୁକିନ୍ଦାରେ ଲୁଟେରାଙ୍କ ଆତଙ୍କ : ଝରକା ଗ୍ରିଲ ଭାଙ୍ଗି ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଲୁଟ୍ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦାରେ ଲୁଟେରାଙ୍କ ଆତଙ୍କ, ଝରକା ଗ୍ରିଲ ଭାଙ୍ଗି ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଲୁଟ୍ ! ଗୁରୁବାର ବିଳମ୍ବିତ ରାତିରେ ଜାମୁପଶି ଗ୍ରାମର ରତ୍ନାକର ସାହୁଙ୍କ ଘରୁ କେହି ଦୁର୍ବୃତ୍ତ ଝରକା ଗ୍ରିଲ ତାଡି ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଲୁଟ୍ କରିଥିବା ଅଭିଯୋଗ ହୋଇଛି। ସୁକିନ୍ଦା ଥାନା ଅନ୍ତର୍ଗତ ଆମ୍ପୋଳବା ପଞ୍ଚାୟତ ଅଧୀନ ଜାମୁପଶି ଗ୍ରାମ ଏବେ ଲୁଟେରାଙ୍କ ଚରାଭୁଇଁ ପାଲଟିଛି । ଗୁରୁବାର ଦିନ ରତ୍ନାକର ସାହୁ ଓ ତାଙ୍କ ପତ୍ନୀ ଘରେ ଥିଲେ । ତାଙ୍କ ଦୁଇ ପୁଅ ବୋହୁ କେହି ନଥିଲେ। ଏହି ସୁଯୋଗରେ କେହି ଦୁର୍ବୃତ୍ତ ରତ୍ନାକର ସାହୁଙ୍କ ଦୁଇ ପୁଅଙ୍କ ରୁମ୍ ଝରକା ଗ୍ରିଲ ତାଡି ଭିତରେ ପଶିବା ପରେ ଆଲମିରା ଖୋଲି ସୁନା ଅଳଙ୍କାର ସହ ଶାଢ଼ୀ ଓ ବିଭିନ୍ନ ସାମଗ୍ରୀ ଲୁଟ୍ କରିଥିବା ରତ୍ନାକର ଶୁକ୍ରବାର ଦିନ ସୁକିନ୍ଦା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ସନ୍ଧାନୀ କୁକୁର ସହ ଘଟଣାର ତଦନ୍ତ ଜାରୀ ରଖିଛି । ସେହି ଗ୍ରାମରେ ଗତ କିଛି ଦିନ ଭିତରେ ୫୦ରୁ ଉର୍ଦ୍ଧ୍ବ ଲୁଟ୍ ଘଟଣା ଘଟିଥିବା ଦେଖାଦେଇଛି। ଏପରିକି ଗୋଟିଏ ରାତିରେ ସେହି ଗ୍ରାମରୁ ସିରିଜ ଲୁଟ୍ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *