କନ୍ଧମାଳ ରେ ବିପୁଳ ପରିମାଣର ବିସ୍ଫୋରକ ଜବତ – ୩ ଗିରଫ : ଲିଙ୍କ୍ ଖୋଜୁଛି ପୁଲିସ !!

0
235

Loading

କନ୍ଧମାଳ (ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ଫିରିଙ୍ଗିଆ ପୋଲିସକୁ ମିଳିଛି ବଡ ସଫଳତା । ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ । ଏହି ଘଟଣାରେ ୩ ଜଣ ଗିରଫ ହୋଇଥିବା ସୂଚନା ମିଳିଛି । ବିଶେଷ ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତର ପେନାଗିରି ଅଞ୍ଚଳରେ ଚଢଉ କରି ଏହି ବିସ୍ଫୋରକ ସାମଗ୍ରୀ ଗୁଡ଼ିକ ଜବତ କରିବା ସହିତ ଏହି ଘଟଣାରେ ୩ ଜଣକୁ ଗିରଫ କରିବାରେ ସଫଳ ହୋଇଛି । ଜବତ ବିସ୍ଫୋରକ ସାମଗ୍ରୀ ମଧ୍ୟରେ ୧୦୦ଟି ଡିଟୋନେଟର, ୯୮ଟି ଜିଲେଟିନ ଷ୍ଟିକ ରହିଛି । ଜବତ ବିସ୍ଫୋରକର ଓଜନ ୧୨ କିଲୋ ୨୫୦ ଗ୍ରାମ ଥିବା ପୁଲିସ୍ ସୂଚନା ଦେଇଛି । ଏହି ଘଟଣାରେ ଗିରଫ ତିନିଜଣ ହେଲେ ଫିରିଙ୍ଗିଆ ଥାନା ଅନ୍ତର୍ଗତ କାମ୍ବାପଦର ଗ୍ରାମର ମଙ୍ଗୁଲୁ କହଁର(୨୮), ନୟାଗଡ ଜିଲା ଓଡଗାଁ ଥାନା କୁରାଳ ଅଞ୍ଚଳର ସଦାଶିବ କାହ୍ନା(୪୮) ଏବଂ ଅନ୍ୟ ଜଣେ ଗଞ୍ଜାମ ଜିଲା ଭଞନଗର ଜୁଲୁଣ୍ଡି ଗ୍ରାମର ପ୍ରଶାନ୍ତ ପ୍ରଧାନ ବୋଲି ଜଣାଯାଇଛି ।

ଅଭିଯୁକ୍ତମାନେ ଫିରିଙ୍ଗିଆ ଅଞ୍ଚଳରେ ଏହି ବିସ୍ଫୋରକ ସାମଗ୍ରୀ ବ୍ୟବସାୟ କରୁଥିବା ବେଳେ ଏହାର ମାଷ୍ଟର ମାଇଣ୍ଡ ଗିରଫ ପ୍ରଶାନ୍ତ ପ୍ରଧାନ ବୋଲି ପୁଲିସ ପ୍ରାଥମିକ ତଦନ୍ତ ପରେ ପ୍ରକାଶ କରିଛି । ପେନାଗିରି ଅଞ୍ଚଳରୁ ପ୍ରଥମେ ପ୍ରଶାନ୍ତକୁ ଗିରଫ ପରେ ପୁଲିସ୍ ଅଟକ ରଖି ପଚରା ଉଚୁରା ପରେ ଫିରିଙ୍ଗିିଆ ଥାନା ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଭଞ୍ଜନଗର ସମେତ ଅନ୍ୟ ଅଞ୍ଚଳଳରେ ଚଢାଉ କରି ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା । ସ୍ୱତନ୍ତ୍ର ଟିମରେ ଫିରିଙ୍ଗିଆ ଥାନାର ଅତିରିକ୍ତ ଥାନା ଅଧିକାରୀ ଦଶରଥ ହେମ୍ରମ ନେତୃତ୍ୱରେ ଏସଆଇ ପ୍ରଦୀପ କୁମାର ରାଉଳଙ୍କ ସମେତ ଅନ୍ୟ କର୍ମଚାରି ମାନେ ସାମିଲ ଥିଲେ । ଅନ୍ୟପଟେ ଫିରିଙ୍ଗିଆ ବ୍ଳକର ଅନେକ ପଞ୍ଚାୟତ ମାଓ ପ୍ରବଣ ଅଞ୍ଚଳ ଭାବରେ ପରିଚିତ ଥିବା ବେଳେ ବେଆଇନ ଭାବରେ ଏତେ ପରିମାଣର ବିସ୍ଫୋରକ ଜବତ ଘଟଣା ପରେ ଏହାକୁ ନେଇ ଅଞ୍ଚଳରେ ନାନା ଆଲେଚାନା ଆରମ୍ଭ ହୋଇଛି । ତେବେ ଗିରଫ ମାନେ ଏତେ ପରିମାଣରେ ବିଶରକା କାହିଁକି ରଖିଥିଲେ ତାହାକୁ ନେଇ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ମାମଲାରେ ଫିରିଙ୍ଗିଆ ଥାନାରେ କେସ ନଂ ୪୪ା୨୧ରେ ଏକ ମାମଲା ରଜୁକରି ଗିରଫ ତିନିଜଣକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ରାଓ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here