ଦେଶକୁ ସୁରକ୍ଷା ଦେଉଥିବା ସେନା କର୍ମଚାରୀ ଆଜି ଅସୁରକ୍ଷିତ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ସେନାରେ ଥିବା ବେଳେ ଦେଶ ପାଇଁ ଲଢି ସାତ ସାତଟି ଗୁଳି ଖାଇ କେବେ ପଛ ଘୁଞ୍ଚା ଦେଇନଥିବା ସୈନିକଟି ଆଜି ନିଜେ ଅସହାୟ ଅବସ୍ଥାରେ।ବର୍ଡରରେ ଥିବା ବେଳେ କେବେ ନିଜ ପରିବାର ଓ ନିଜ କଥା ଚିନ୍ତା ନକରି ସାହସର ସହିତ ଶତ୍ରୁଙ୍କ ମୁକାବିଲା କରିବାରେ ସମର୍ଥ ଥିଲେ ସୁଧାଂଶୁ ।ଘର କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅଧୀନସ୍ଥ ଗୋପୀନାଥପୁର। ସେନାରୁ ଅବସର ପରେ ନିଜ ଗ୍ରାମର କିଛି ଲୋକଙ୍କୁ ନେଇ ଏକ କ୍ଷୁଦ୍ର ରାଇସ ମିଲର ଶୁଭାରମ୍ଭ କରିଥିଲେ ।ଏହା ପରେ ସତେ ଯେମିତି ଦୁଃଖର କଳାପାହାଡ଼ ତାଙ୍କ ଉପରେ ନଦି ହୋଇପଡ଼ିଥିଲା ।ଏହି ବ୍ୟବସାୟକୁ ନେଇ ଗ୍ରାମର କିଛି ବ୍ୟକ୍ତି ତାଙ୍କୁ ବିରୋଧ ପ୍ରଦର୍ଶନ କରିଥିଲେ ।ଏଥି ପାଇଁ ଅନେକ ସମୟରେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନାର ଶିକାର ହେବାକୁ ପଡ଼ିଛି ବୋଲି ସେ କହିଛନ୍ତି । ଗତ କିଛି ଦିନ ତଳେ ଗ୍ରାମର କିଛି ଅସାମାଜିକ ବ୍ୟକ୍ତି ତାଙ୍କ ଉପରେ ଆକ୍ରମଣ କରି ରକ୍ତରେ ଲହୁ ଲୁହାଣ କରିଦେଇଥିଲେ ବୋଲି ସେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ନିଜକୁ ଅସହାୟ ମନେ କରୁଛନ୍ତି।ଦେଶ ପାଇଁ ସୁରକ୍ଷା କବଚ ସାଜି ଥିବା ବୀର ଯବାନଟି ଆଜି ନିଜେ ଅସୁରକ୍ଷିତ ।ନିଜେ ଓ ନିଜ ପରିବାରକୁ ସୁରକ୍ଷା ଦେବାକୁ ଯାଇ ବାରମ୍ବାର କୋର୍ଟର ଚକ୍କର କାଟିବାକୁ ପଡୁଛି ବୋଲି ସେ ଅତ୍ୟନ୍ତ କ୍ଷୋଭର ସହ କହିଥିଲେ ।ତଥାପି ସେ ଭାରତର ନ୍ୟାୟିକ ବ୍ୟବସ୍ଥା ଉପରେ ଆସ୍ଥା ରଖିଛନ୍ତି ।ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରି ସରକାର ଓ ନ୍ୟାୟାଳୟ ତାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ସେ ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *