କୃଷ୍ଣଙ୍କୁ ଚାନ୍ଦପୁର ଜୋନର ସଭାପତି ଦାୟିତ୍ୱ !!

0
303

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ରଣପୁର ବ୍ଲକ ବିଜୁ ଛାତ୍ର ଜନତା ଦଳର ବିଭିନ୍ନ ସାଙ୍ଗଠନିକ ପଦବୀ ପାଇଁ ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି . ଚାନ୍ଦପୁର ଜୋନର ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ କୃଷ୍ଣ ଗୋପାଳ ବାଚସ୍ପତି, ସାଧାରଣ ସମ୍ପାଦକ ଭାବେ ବିଜୟ ପ୍ରଧାନ ଏବଂ ଆଇ.ଟି. ସେଲର କାର୍ଯ୍ୟକର୍ତ୍ତା ଭାବେ ସଂଗ୍ରାମ କୁମାର ବେହେରାଙ୍କୁ ମନୋନୀତ କରାଯାଇଥିବା ଜଣା ପଡିଛି l କୃଷ୍ଣଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଚାନ୍ଦପୁର ଜୋନର ସଭାପତି ଭାବେ ଦାୟିତ୍ୱ ଦେଇ ଥିବାରୁ ସେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି l ନବ ନିର୍ବାଚିତ କର୍ମକର୍ତ୍ତା ମାନେ ସ୍ଥାନୀୟ ଅଞ୍ଚଳରେ ଉନ୍ନତି ମୂଳକ କାର୍ଯ୍ୟ ସହ ଦଳକୁ ତୃଣମୂଳ ସ୍ତରରେ ମଜବୁତ କରିବା ପାଇଁ ଉଦ୍ୟମ ଜାରି ରଖିବେ ବୋଲି ମତ ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here