ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : କେନ୍ଦ୍ର ସରକାରଙ୍କ ମୋଟର ଆଇନ ବିଲ ପାଇଁ , ଓଡ଼ିଶା ଡ୍ରାଇଭର ମହାସଂଘ ର ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ! ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଓଡିଶା ଡ୍ରାଇଭର ମହାସଂଘ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କରିଥିବା ଦେଖିବାକୁ ମିଳୁଛି ! କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କ ମନୋମୁଖୀ କାଯ୍ୟ ପାଇଁ ଆନ୍ଦୋଳନ କୁ ଓହ୍ଲାଇଛନ୍ତି ସମସ୍ତ ଡ୍ରାଇଭର ସଂଘ ! କେନ୍ଦ୍ର ସରକାର ଜାରି କରିଥିବା ମୋଟର ଆଇନ ବିଲ , ଅର୍ଥାତ ଗାଡ଼ି ଆକ୍ସିଡ଼େଣ୍ଟ କଲେ ୧୦ ବର୍ଷ ଜେଲ୍ ଏବଂ ୭ ଲକ୍ଷ ଟଙ୍କା ଯୋରିମନା ବିଲ୍ ପ୍ରତ୍ୟାହାର ନ କଲା ପ୍ରଯ୍ୟନ୍ତ ଡ୍ରାଇଭର ମହାସଂଘ ଆନ୍ଦୋଳନ ଜାରି ରହିବ ବୋଲି ନୟାଗଡ଼ ଜିଲ୍ଲା ଡ୍ରାଇଭର ମହାସଂଘ ର ସଭାପତି ଅବକାଶ କାଠୁଆ ପ୍ରକଶ କରିଛନ୍ତି ! ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଡ୍ରାଇଭର ମାନେ ଆନ୍ଦୋଳନ ଜାରି ରଖିଛନ୍ତି ! ନୟାଗଡ଼ ବ୍ଲକ ସଭାପତି ଶଶିକାନ୍ତ ସାହୁ , ଉପ ସଭାପତି ସୁର୍ଯ୍ୟମଣି ମାଝି , ସଂପାଦକ ବାପି ମଙ୍ଗଳ , ସହ ସଂପାଦକ ପ୍ରକାଶ ଚନ୍ଦ୍ର ବେହେରା , ଉପଦେଷ୍ଟା ପବିତ୍ର ସେନାପତି , ବ୍ଳକ୍ ସହଯୋଗୀ ଅଭିମନ୍ୟୁ ମଲିକ , ନୟାଗଡ଼ ପୌର ପରିଷଦ ର ସଭାପତି ସଞ୍ଜୟ ପରିମାଣିକ , ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଡାକୁଆ ଙ୍କ ନେତୃତ୍ବରେ ଆନ୍ଦୋଳନ ଜାରି ରହିଛି !
କେନ୍ଦ୍ର ସରକାରଙ୍କ ମୋଟର ଆଇନ ବିଲ ପାଇଁ , ଓଡ଼ିଶା ଡ୍ରାଇଭର ମହାସଂଘ ର ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ !!!

