ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଅନ୍ତର୍ଗତ କଇଠଡା ଗ୍ରାମର ଅଭିମନ୍ୟୁ ବିଶୋଇଙ୍କ ତିନି ମାସ ହେଲା ଦୁଇଟି କିଡନୀ ନଷ୍ଟ ହୋଇ ଯାଇଛି । ଅଧିକା ଚିକିତ୍ସା ସକାଶେ ଅର୍ଥ ବାଧକ ସାଜିଛି ରାସନ କାର୍ଡ ନାହିଁ କି ସରକାରଙ୍କ ବିଏସକେୱାଇ କାର୍ଡ ନାହିଁ।କିଡନୀ ଖରାପ ହେବା ଯୋଗୁଁ କୌଣସି କାମ କରିପାରୁ ନାହାନ୍ତି।ତେଣୁ ଅଭାବ ଅନାଟନ ଲାଗି ରହିଛି। ଏପରିକି ଖାଦ୍ୟପେୟ ପାଇଁ ମଧ୍ୟ ସଂଘର୍ଷ କରୁଛନ୍ତି ସାହି ପଡିଶା ଦୁଇ ମୁଠାଏ ଦେଲେ ଗୁଜାରଣ ମେଣ୍ଟାଉଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗୋଷାଣି ବ୍ଲକ ଅନ୍ତର୍ଗତ କଇଠଡା ଗ୍ରାମରେ । ଗ୍ରାମର ଅଭିମନ୍ୟୁ ବିଶୋଇ (୩୪) ଆର୍ଥିକ ସ୍ଥିତି ଭଲ ନଥିବାରୁ ଦାଦନ ଖଟିବାକୁ ହାଇଦ୍ରାବାଦରେ କାମ କରୁଥିଲେ । ଇତି ମଧ୍ୟରେ ଲକ୍ଷ୍ମି ବିଶୋଇଙ୍କୁ ବାହା ମଧ୍ୟ ହୋଇଥିଲେ।ଅଭିମନ୍ୟୁ ବାହା ହେବା ପରେ ତାଙ୍କ ସ୍ତ୍ରୀ ଲକ୍ଷ୍ମି ବିଶୋଇ ମଧ୍ୟ ନିଜ ସ୍ବାମୀଙ୍କ ନିକଟରେ ରହି ଦାଦନ ଖଟୁଥିଲେ । ହେଲେ ସେଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ନିଜ ଗ୍ରାମ କଇଠଡାକୁ ଆସୁଥିଲେ । ଟ୍ରେନ୍ ରେ ଆସୁଥିବା ସମୟରେହିଁ ଅଭିମନ୍ୟୁଙ୍କ ପାଦ ଗୋଡ ଫୁଲିବାରେ ଲାଗିଥିଲା । ରେଳ ବିଭାଗର ସହାୟତାରେ ହ୍ବିଲ ଚେୟାର ଯୋଗେ ରେଳ ଷ୍ଟେସନରୁ ଅଣାଯାଇ ଥିଲେ । ତାଙ୍କୁ ତୁରନ୍ତ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ନେଇଥିଲେ । ସମସ୍ତ ସ୍ବାସ୍ଥ୍ୟ ପରୀକ୍ଷା ପରେ କିଡନୀ ଖରାପ ହୋଇଥିବାର ଜଣାପଡିଥିଲା ଆର୍ଥିକ ଅନାଟନ ଯୋଗୁଁ ଉଚ୍ଚ ଚିକିତ୍ସା ନିମନ୍ତ ଅନ୍ୟତ୍ର ଯିବା ସମ୍ଭବ ନ ହେବାରୁ ଆନ୍ଧ୍ରର ଶ୍ରୀକାକୁଲମ ଠାରେ ଥିବା ଘରୋଇ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ଏହି ସମୟରେ ଅଭିମନ୍ୟୁ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମି ଦାଦନ ଖଟି ଯେତିକି ଟଙ୍କା ସଞ୍ଚୟ ରଖିଥିଲେ ତାହା ଖର୍ଚ୍ଚ ହୋଇଯାଇଛି। ଏହା ସହ ସୁନା ଅଳଙ୍କାର ସବୁ ବିକ୍ରି କରି ଦେଇଛନ୍ତି ଚିକିତ୍ସା ନିମନ୍ତେ ସମସ୍ତ ଅର୍ଥ ସରିଲା ହେଲେ ଏବେ ସୁଦ୍ଧା ଅଭିମନ୍ୟୁ ଭଲ ହୋଇପାରି ନାହାନ୍ତି । ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ଚିକିତ୍ସାଳୟରେ ସପ୍ତାହକୁ ଥରେ ଡାଇଲେସିସ୍ ପାଇଁ ନେବାକୁ ପଡୁଛି ବୋଲି ତାଙ୍କ ପତ୍ନୀ ଲକ୍ଷ୍ମି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରାସନ କାର୍ଡରେ ଅଭିମନ୍ୟୁଙ୍କ ନାମ ନଥିବାରୁ ବିଏସକେୱାଇ କାର୍ଡରୁ ବଞ୍ଚିତ ରହିଛନ୍ତି । ସେପଟେ ରୋଜଗାର ନାହିଁ । ଏପଟେ କିଡନୀ ଖରାପ । ବିଚଳିତ ଓ ଦୁଶ୍ଚିନ୍ତାରେ କାଳାତିପାତ କରୁଥିବାର ଜଣାପଡିଛି ରୋଗୀ ଅଭିମନ୍ୟୁ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମି ସରକାରୀ ସହାୟତା ମିଳିଲେ ରୋଗ ଉପଶମ ହୋଇ ପାରିବ ସହ ଜୀବନ ଜୀବିକା ପାଇଁ ରାହା ପାଇପାରିବୁ ବୋଲି କହିଛନ୍ତି ।
ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ସହାୟତା ନିମନ୍ତେ ଆକୁଳ ନିବେଦନ କଲେ କିଡନୀ ରୋଗୀ ଅଭିମନ୍ୟୁ ବିଶୋଇ !!!

