ଧରମଭାଇ ଓ ଭଉଣୀ ର ପ୍ରେମ ରେ ବଳି ପଡିଲା ମା !!!

0
199

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନୀଲ କୁମାର ଲେଙ୍କା : ଚୋରା ପୀରତି ରେ ଚାଲିଗଲା ନିରୀହ ରୁମିଲା କାଣ୍ଡି ଙ୍କ ଜୀବନ । ବୟସ ମାତ୍ର ପଚାଶ, ଆମେ କେଉଁ ଫିଲ୍ମ କି ଯାତ୍ରା ର କାହାଣୀ କହୁନୁ, ଏହା ଏକ ବାସ୍ତବ ଚିତ୍ର । ଘଟଣା ଟି ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ମେରାଇନ ଥାନା ଅଧିନସ୍ଥ ବନ୍ଦର ଗ୍ରାମରେ । ରୁମିଲା କାଣ୍ଡି ଙ୍କ ସ୍ୱାମୀ ଭଗବାନ କାଣ୍ଡି ଙ୍କର ଦୀର୍ଘ ଚାରି ବର୍ଷ ତଳେ ଦେହାନ୍ତ ହୋଇଯାଇଛି , ଆଉ ରୁମିଲା କାଣ୍ଡି ନିଜ ଭଉଣୀ ର ପୁଅ ଶିବ କାଣ୍ଡି ବୟସ ପଚିଶି କୁ ପୋଷ୍ୟ ପୁତ୍ର କରି ଆଣି ନିଜ ପାଖରେ ରଖିଥିଲେ ।

କପୁର ବେଲାରୀ ର କୁମର କାଣ୍ଡି କୁ ବିବାହ କରିଥିବା ରୁମିଲା ଙ୍କ ଝିଅ ମାନି କାଣ୍ଡି ନିଜ ସ୍ୱାମୀଙ୍କ ସହିତ ପାଟିତୁଣ୍ଡ କରି ବାପଘରେ ରହୁଥିଲେ । ଧରମ ଭାଇ ଶିବ ଓ ମାନି ଙ୍କ ମଧ୍ୟ ରେ ଚୋରା ପୀରତି ଆରମ୍ଭ ହୋଇଥିଲା । ମାନି କାଣ୍ଡି ର ଗୋଟେ ଝିଅ ଚାରି ବର୍ଷ ଓ ଗୋଟେ ପୁଅ ଦୁଇ ବର୍ଷ ର ଥାଇ ମଧ୍ୟ ନିଜ ମା ର ପାଳିତ ପୁତ୍ର ର ପ୍ରେମ ରେ ଉବୁଟୁବୁ ହୋଇ ନିଜ ମା କୁ ସୁକଳ୍ପିତ ଭାବରେ ହତ୍ୟା କରିବା ଗୋଟେ ଚିନ୍ତା ଜନକ ବିଷୟ ପାଲଟି ଯାଇଛି ।

ଏହି ଭାଇ ଭଉଣୀ ଙ୍କ ଚୋରା ପୀରତି ରେ ନିରୀହ ରୁମିଲା ଆଜି ବଳି ପଡି ଯାଇଛି। ମା ରୁମିଳା ଭାଇ ଭଉଣୀଙ୍କ ଏଭଳି ଆଚରଣକୁ ସହଜେ ଗ୍ରହଣ କରି ପାରିନଥିଲେ । ଦୁଇ ଜଣଙ୍କର ଏଭଳି ମିଳାମିଶାକୁ ମା ବିରୋଧ କରି ଆସୁଥିଲେ । ଗତ କାଲି ଏହି ବିଷୟରେ ମା ଝିଅଙ୍କ ମଧ୍ୟରେ ବଚସା ହୋଇଥିଲା । କିଏ ଜାଣିଥିଲା ରୁମିଳା ଙ୍କର ଆଜି ଶେଷ ଦିନ ହେବ ବୋଲି । ପରକ୍ରିୟା ପ୍ରୀତି ଯେ ଅଟେ ଭୟଙ୍କର ତାହା ଏଥିରୁ ସ୍ପଷ୍ଠ ଜଣାପଡୁଛି ।

ଶେଷରେ ନିଜ ଜନ୍ମ କଲା ମା ରୁମିଲା କୁ ଧରମ ଭାଇ ଶିବ ଓ ଝିଅ ମାନି ତଣ୍ଟି ଚିପି ହତ୍ୟା କରିମାରି ସାରିବା ପରେ ଘର ଠାରୁ ଶହେ ମିଟର ଦୂର ରେ ଗୋଟେ ଗାତ ଖୋଳି ଥିଲେ ଆଉ ରାତ୍ରି ର ଅନ୍ଧାରରେ ରୁମିଲା ଶବକୁ ଏହି ଗାତରେ ପୁରାଇ ଦେଇଥାନ୍ତେ ବୋଲି ଚିନ୍ତା ମଧ୍ୟ କରି ଥିଲେ ବୋଲି ଅନୁମାନ କରାଯାଉଛି । ତେଣୁ ଏହି ସଭ୍ୟ ସମାଜ ରେ ଶିବ ଆଉ ମାନି ପରି ଭାଇ ଭଉଣୀ ନିଜର ପ୍ରେମ ପାଇଁ ମା କୁ ମାରିବାକୁ ପଛାଉ ନାହାନ୍ତି । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ଧରମ ଭାଇ ଶିବ ଓ ଝିଅ ମାନିକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here