ପକ୍ଷାଘାତ ପୀଡିତ ନିମାଇଁ ସେଠୀଙ୍କୁ ଆର୍ଥିକ ସହାୟତା କଲା ଓଡ଼ିଶାର ଅଗ୍ରଣୀ ସ୍ୱେସ୍ଥାସେବୀ ଅନୁଷ୍ଠାନ ମା’ ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ !!!

Spread the love

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନୀଲ କୁମାର ଲେଙ୍କା : ପକ୍ଷାଘାତ ପୀଡିତ ନିମାଇଁ ସେଠୀଙ୍କୁ ଆର୍ଥିକ ସହାୟତା ! ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ କାଠକୋଟ ପଞ୍ଚାୟତ ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମର ନିମାଇଁ ଚରଣ ସେଠୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ଅଗ୍ରଣୀ ସ୍ୱେସ୍ଥାସେବୀ ଅନୁଷ୍ଠାନ ମା’ ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, ନିମାଇଁ ଦୀର୍ଘ ତିନି ମାସ ହେବ ପକ୍ଷାଘାତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ | ଯାହା ଚାଷବାସ କରି ପରିବାର ପ୍ରତିପୋଷଣ କରୁଥିଲେ ତାହା ଏବେ ବନ୍ଦ ହୋଇଯାଇଛି , ଯେବେଠୁ ସେ ଏହି ରୋଗର ଶୀକାର ହେଲେଣି | ପାଖରେ ଅର୍ଥ ନଥିବାରୁ ନିଜର ଚିକିତ୍ସା ଠିକ ସେ କରାଇ ପାରୁନାହାନ୍ତି | ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି | ଫଳରେ ପରିବାର ଘୋର ମାନସିକ ଅଶାନ୍ତିରେ କାଳାତିପାତ କରୁଛନ୍ତି | ଚିକିତ୍ସା କରାଇବା ଲାଗି ଅର୍ଥ ସାଜିଛି ବାଧକ | ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ପରାମର୍ଶଦାତା ଦେବାଶିଷ ମହାପାତ୍ର , ସଂଯୋଜକ ମାନସ କୁମାର ମଲ୍ଲିକ ଏବଂ ବରିଷ୍ଠ ସଦସ୍ୟ ନନ୍ଦ ନନ୍ଦନ ଜୟସିଂ ପ୍ରମୁଖ ନିମାଇଁଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଦଶ ହଜାର ଟଙ୍କାର ଆର୍ଥିକ ସହାୟତା ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ନିମାଇଁ, ତାଙ୍କ ପତ୍ନୀ ଏବଂ ତାଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି |

Leave a Reply

Your email address will not be published. Required fields are marked *