ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ ବାପା ମାଆ ସେବାଶ୍ରମ ମିଳିତ ଆନୁକୁଲ୍ୟରେ ଜଟଣୀ କୁଦିଆରୀ ବଜାର ଅଞ୍ଚଳରେ ରହୁଥିବା ବରିଷ୍ଠ ନାଗରିକ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି ! ବାପା ମାଆ ସେବାଶ୍ରମ ର ପ୍ରତିଷ୍ଠାତା ଗୌତମ ମହାରଣା ଙ୍କ ନେତୃତ୍ୱରେ ୨୫ ଜଣ ବରିଷ୍ଠ ନାଗରିଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଆଇ.ଏଚ୍. ଆର୍ ଡି ମାନବାଧିକାର ସଙ୍ଗଠନ ଏବଂ ରାଜା ୟୁଏଲ୍ ଫାୟାର ଟ୍ରଷ୍ଟ ଓ ଵାପା ମାଆ ସେବାଶ୍ରମ ତିରିମଲ ରାଣୀପୁରର ମିଳିତ ଆନୁକୁଲ୍ୟରେ ଏହି କମ୍ବଳ ବଣ୍ଟନ କରାଯାଇଛି । ସମାଜସେବୀ ସନ୍ତୋଷି ଜାଲି, ତାହିରା ବେଗମ ଏବଂ ବାସୁଦେବ ସେଠୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।।
ବାପା ମାଆ ସେବାଶ୍ରମ ମିଳିତ ଆନୁକୁଲ୍ୟରେ କମ୍ବଳ ବଣ୍ଟନ !!!

