ସୁକିନ୍ଦା ଜଗନ୍ନାଥ ମନ୍ଦିରରୁ ଜୟ ଜଗନ୍ନାଥ ଅର୍ପଣ ରଥକୁ ଶୁଭାରମ୍ଭ କଲେ ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଜଗନ୍ନାଥ ମନ୍ଦିରରୁ ଜୟ ଜଗନ୍ନାଥ ଅର୍ପଣ ରଥକୁ ଶୁଭାରମ୍ଭ କଲେ ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ ! ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ସୁକିନ୍ଦା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଏହି ରଥ ବୁଲି ସଚେତନତା କରାଯିବ l ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏନେଇ ଆଜି ସୁକିନ୍ଦାରେ ପରିକ୍ରମା କରାଯାଇଛି ଜୟ ଜଗନ୍ନାଥ ଅର୍ପଣ ରଥ । ପ୍ରଥମେ ସୁକିନ୍ଦା ଗଡର ବହୁ ପୁରାତନ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଅଭିମୁଖେ ରଥ ବାହାରିଥିଲା । ଏହି ସମୟରେ ବହୁ ପଞ୍ଚାୟତର ମହିଳା ତଥା ଜଗନ୍ନାଥ ପ୍ରେମୀ ମାନେ ଗାଁ ରାସ୍ତାରେ ମୁରୁଜ, ଝୋଟି ଚିତା ପକାଇ କଳସ ବସାଇ ରଥକୁ ସ୍ୱାଗତ କରିଥିଲେ। ଘଣ୍ଟ , ସଂକୀର୍ତ୍ତନ ତାଳେ ତାଳେ ଜୟ ଜଗନ୍ନାଥ ଧ୍ୱନୀରେ କମ୍ପି ଉଠିଛି ସମଗ୍ର ସୁକିନ୍ଦା ଅଞ୍ଚଳ । ରଥ ପରିକ୍ରମା ସମୟରେ ମହିଳା ମାନେ ବନ୍ଦାପନା କରିବା ସହ ହାତରେ ଅରୁଆ ଚାଉଳ, ଗୁଆ ଅର୍ପଣ କରିଥିଲେ । ସୁକିନ୍ଦା ବ୍ଲକ ବିଡ଼ିଓ ନମ୍ରତା ମୋଦିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ , ବ୍ଲକ ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ଜିଲ୍ଲା ପରିଷଦ ପ୍ରତାପ କେଶରୀ ପଟ୍ଟନାୟକ , ବ୍ଲକ ଉପାଧକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ସହିତ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି, ବରିଷ୍ଠ କର୍ମଚାରୀ ଓ ବହୁ ଜଗନ୍ନାଥ ପ୍ରେମୀ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *