ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଫକୀର ମୋହନ ସେନାପତିଙ୍କ ସୃଜନୀ ସମ୍ଭାର ଆଲୋଚନା ଚକ୍ର ଅନୁଷ୍ଠିତ ! ପ୍ରଥମ ଉପନ୍ୟାସ ଛ ମାଣ ଆଠ ଗୁଣ୍ଠୁକୁ ନେଇ ଡମପଡା ମାଟି ଗର୍ବ କରେ | ପବିତ୍ର ମକର ସଂକ୍ରାନ୍ତିରେ ଡମପଡା ବ୍ଲକ ଅନ୍ତର୍ଗତ ମା ଅରାଚଣ୍ଡୀଙ୍କ ପୀଠରେ ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଏବଂ “ଓଡ଼ିଆ ସାହିତ୍ୟରେ ଡମପଡା ମାଟି ଏବଂ ଫକୀର ମୋହନ ସେନାପତିଙ୍କ ସୃଜନୀ ସମ୍ଭାର “ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି | ଅରପୁର ଗ୍ରାମର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପ୍ରତୀକ୍ଷା ସାହିତ୍ୟ ଓ ସେବା ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ଆୟୋଜିତ ସାରସ୍ୱତ ଆସରରେ ବରିଷ୍ଠ ସାହିତ୍ୟିକ ତଥା ଡମପଡା ଇତିହାସର ଲେଖକ ହରିହର ସ୍ୱାଇଁ, ବାଙ୍କୀ ମହୋତ୍ସବ ସ୍ମରଣିକା ର ସମ୍ପାଦକ କବି କୌଶିକ ନାୟକ, ଡମପଡା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ରଣା, ଶିକ୍ଷାବିତ ସୁଧାକର ମହାନ୍ତି, ଆମ ପରିବାର ଚକ୍ରର ପ୍ରତିଷ୍ଠାତା କୁମାର ଅମୀୟ (ବୁଲୁ ବାବା ) ଅତିଥି ଭାବେ ଯୋଗଦେଇ ଆଲୋଚନା ଚକ୍ରର ବିଷୟ ବସ୍ତୁକୁ ଉପସ୍ଥାପନା କରିଥିଲେ | କାଳଜୟୀ ଉପନ୍ୟାସ ଛ ମାଣ ଆଠ ଗୁଣ୍ଠ ସମସ୍ତ ଚରିତ୍ର ଡମପଡା ପାଥପୁର ଗାଁ କୁ ନେଇ ଲେଖା ଯାଇଥିବାର ପ୍ରମାଣ ଉପସ୍ଥାପନା କରିଥିଲେ ଆଲୋଚକ ମାନେ | ପାଥପୁର କୁସୁପଙ୍ଗି ଅଂଚଳକୁ ଫକୀର ମୋହନ ସ୍ମାରକୀ ପୀଠ ଘୋଷଣା ହେଲେ ବହୁ ଓଡ଼ିଆ ଗବେଷକ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଡମପଡାକୁ ଭ୍ରମଣରେ ଆସି ପାରିବେ ବୋଲି ଅନୁଷ୍ଠାନର ସମ୍ପାଦକ ସୁବ୍ରତ କୁମାର ନାୟକ ମତ ରଖିଥିଲେ | ଡମପଡା ବାଙ୍କୀ ଅଂଚଳର ଚାଳିଶ ଜଣ ସାରସ୍ୱତ ତଥା କବି ପ୍ରଦୀପ କୁମାର ଜେନା, କବି ବଂଶୀଧର ମହାପାତ୍ର, କବି ଲଲାଟେନ୍ଦୁ ପଣ୍ଡା, ଶଶିଭୂଷଣ ମହାପାତ୍ର, ସମାଜସେବୀ ପ୍ରକାଶ ଚନ୍ଦ୍ର ମହାନ୍ତି , ଯୁବ କଳାକାର ପ୍ରକାଶ ଚନ୍ଦ୍ର ପ୍ରଧାନ, କବି ବିପ୍ଳବ, ଅଧ୍ୟାପିକା ମମତା ଜେନା, ସମ୍ବାଦ ସାହିତ୍ୟ ଘର ଡମପଡାର ସଂଯୋଜକ ସାମ୍ବାଦିକ ଶୁଭେନ୍ଦୁ କୁମାର ମହାପାତ୍ର, ମୁରଲୀଧର ବେଉରା ପ୍ରମୁଖ ଫକୀର ମୋହନଙ୍କ ଜୟନ୍ତୀ ରେ ଯୋଗ ଦେଇ ନିଜର ଶ୍ରଦ୍ଧା ସୁମନ ରଖିଥିଲେ | ମୁଖ୍ୟ ଅତିଥି ହରିହର ସ୍ବାଇଁଙ୍କ ଦ୍ଵାରା ତ୍ରୟମାସିକ ପ୍ରତୀକ୍ଷା ସାହିତ୍ୟ ପତ୍ରିକା ତରଫରୁ ଯୁବଗାଳ୍ପିକ ସୁଧାକର ମହାନ୍ତିଙ୍କୁ “ଯୁବବନ୍ଧୁ ମକର ସମ୍ମାନ – ୨୦୨୪ ଏବଂ ବରିଷ୍ଠ କବି କୌଶିକ ନାୟକଙ୍କୁ “ପ୍ରତୀକ୍ଷା ସାହିତ୍ୟ ସମ୍ମାନ – ୨୦୨୪ ” ରେ ଉତ୍ତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ଆଦର୍ଶ ଯୁବ ପରିଷଦର ଆବାହକ ଯୁବ ସଂଗଠକ ଅକ୍ଷୟ କୁମାର ସାମଲ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ | ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିବାରେ ବିଶ୍ୱଜିତ ମଙ୍ଗରାଜ, ସନ୍ତୋଷ କୁମାର ସାହୁ, ଲଳିତ ମୋହନ ଗାନ୍ଧୀ, ନଳିନୀ ମଙ୍ଗରାଜ ପ୍ରମୁଖ ସହଯୋଗ କରିଥିଲେ |
ଫକୀର ମୋହନ ସେନାପତିଙ୍କ ସୃଜନୀ ସମ୍ଭାର ଆଲୋଚନା ଚକ୍ର ଅନୁଷ୍ଠିତ !!!

