ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହ ଟ୍ରାନ୍ସଜେଣ୍ଡେର ସହ ଜଡ଼ିତ ଯୋଜନା ଏବଂ ପଲିସି ଉପରେ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା କର୍ମ ଯୋଗାଣ ଅଧିକାରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ, ଲିଡ଼ ଡିଷ୍ଟ୍ରିକ ମ୍ୟାନେଜର ମହେଶ୍ବର ମଣ୍ଡଳ, ଅଲ ଓଡ଼ିଶା କିନ୍ନର ସଂଘର ସଭାପତି ସ୍ୱିଟି ସାହୁ, ଗଜପତି ଜିଲ୍ଲା କିନ୍ନର ସଂଘର ସଭାପତି ମଧୁ ବରାଡ଼ ମଞ୍ଚାସିନ ଥିଲେ । କିନ୍ନରଙ୍କୁ ଦିଆଯାଉଥିବା ସରକାରୀ ସୁବିଧା ଆଦି ଉପରେ ଆଲୋକପାତ କରାଯାଇଥିବା ବେଳେ କିନ୍ନରଙ୍କ ବିକାଶ ଲାଗି ଆଲୋଚନା କରାଯାଇଥିଲା ।
ଟ୍ରାନ୍ସଜେଣ୍ଡେର ମାନଙ୍କୁ ସଖୀ ପକ୍ଷରୁ ସରକାରଙ୍କ ବିଭିନ୍ନ ଯୋଜନା ଓ ପଲିସି ଉପରେ ସଚେତନତା କର୍ମଶାଳା !!!

