ପାଟନାରେ ୬୭ ତମ ନାସନାଲ୍ ସ୍କୁଲ ଗେମ୍‌ସ : ପ୍ରଥମ ଲିଗ୍ ମ୍ୟାଚରେ ଓଡ଼ିଶାର ରୋମାଞ୍ଚକର ବିଜୟ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପାଟନାରେ ୬୬ ତମ ନାସନାଲ୍ ସ୍କୁଲ ଗେମ୍‌ସ , ପ୍ରଥମ ଲିଗ୍ ମ୍ୟାଚରେ ଓଡ଼ିଶାର ରୋମାଞ୍ଚକର ବିଜୟ ! ଝାଡଖଣ୍ଡକୁ ୫ ରନରେ ହରାଇଲା ଓଡ଼ିଶା ! ବିହାର ପାଟନାରେ ଚାଲିଥିବା ୧୭ ବର୍ଷରୁ କମ୍ ବୟସ ବର୍ଗର ନାସନାଲ ସ୍କୁଲ ଗେମ୍‌ସରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଓଡ଼ିଶା । ରୋମାଞ୍ଚକର ପ୍ରଥମ ମୁକାବିଲାରେ ଓଡ଼ିଶା, ଝାଡଖଣ୍ଡକୁ ୫ ରନରେ ପରାସ୍ତ କରିଛି । ଟସ୍ ଜିତି ଝାଡଖଣ୍ଡ ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଓଡିଶା ଭଲ ଆରମ୍ଭ କରିଥିଲା । ଓପନିଂ ପାର୍ଟନରସିପରେ ଆୟୁଷ ଚାନ୍ଦ ଓ ଅଭିଶେକ ସାହୁ ୫୫ ରନ୍ ସ୍କୋର ଠିଆ କରିବା ପରେ, ପ୍ରଥମ ଓ୍ବିକେଟର ପତନ ହୋଇଥିଲା । ଦଳ ପକ୍ଷରୁ କ୍ୟାପଟେନ୍ ଆୟୁଷ ଚାନ୍ଦ ୨୧ ବଲରୁ ୨ ଚୌକା, ୨ଟି ବିଶାଳ ଛକା ବଳରେ ୨୭ ରନ୍ ସ୍କୋର କରିଥିଲେ । ଅନ୍ୟତମ ଓପନର ଅଭିଶେକ ସାହୁ ୫୫ ବଲରୁ ୭୮ ରନ୍ , ମୁଦ୍ଦିୟା କୌସିକ ୨୦ ବଲରୁ ୩୧ ସ୍କୋର କରିଥିଲେ । ଓଡ଼ିଶା ନିର୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୫୮ ରନ ସ୍କୋର କରିଥିଲା । ୧୫୯ ରନର ଟାର୍ଗେଟକୁ ପିଛା କରି ଝାଡଖଣ୍ଡ ପୁରା ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୩ ରନ୍ କରିପାରିଥିଲା । ଶେଷ ଓଭରରେ ବିଜୟ ପାଇଁ ୧୨ ରନ୍ ଆବଶ୍ୟକ ଥିବାବେଳେ , ଝାଡଖଣ୍ଡ ୫ ରନ୍ ଦୂରରେ ରହିଯାଇଥିଲା । ଓଡ଼ିଶା ପକ୍ଷରୁ କମଳାକାନ୍ଦ ମହାଲିକ ୨ଟି, ସାହାଜାଦ୍ ଖାନ୍ ୨ଟି ଓ୍ବିକେଟ ଦଖଲ କରିଥିଲେ । ଆୟୁଷ ଚାନ୍ଦ ଓ ଗ୍ଯାନେନ୍ଦ୍ର ଦେବ ପ୍ରଧାନ ଗୋଟିଏ ଲେଖାଏ ଓ୍ବିକେଟ ପାଇଥିଲେ । ଶେଷ ଓଭରରେ ଝାଡଖଣ୍ଡ ସାହଜାଦ ଖାନଙ୍କ ଓଭରରୁ ମାତ୍ର ୬ ରନ୍ ହିଁ ସ୍କୋର କରିପାରିଥିଲା । ଏହି ବିଜୟ ସହିତ ଓଡ଼ିଶା ୬୬ ତମ ଜାତୀୟ ସ୍କୁଲ କ୍ରିକେଟ ଗେମରେ ପ୍ରଥମ ଲିଗ୍ ବିଜୟ ହାସଲ କରିଛି । ଆସନ୍ତା ୧୯ ତାରିଖରେ ଓଡ଼ିଶା ଏହାର ଦ୍ବିତୀୟ ମ୍ୟାଚ୍ ଖେଳିବ ।

Leave a Reply

Your email address will not be published. Required fields are marked *