ବରଗଡ଼ ଧନୁଯାତ୍ରା : ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମ ଓ ନନ୍ଦ ଉତ୍ସବ !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା , ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମ ଓ ନନ୍ଦ ଉତ୍ସବ ! ବରଗଡ ବିଶ୍ୱ ପ୍ରସିଦ୍ଧ ଧନୁ ଯାତ୍ରା ମହୋତ୍ସବ ରେ ବରଗଡ ସହର କୁ ମଥୁରା ନଗରୀ ଏବଂ ଜିରା ନଦୀ କୁ ଯମୁନା ନଦୀ ଏବଂ ଗୋପପୁର ଭାବରେ ଅମ୍ବାପାଲୀ ମହକୁଛି ! ଭଗବାନ ସ୍ୱୟଂ ବିଷ୍ଣୁ ଅବତାର ସାକ୍ଷାତ ଶ୍ରୀକୃଷ୍ଣ ରୂପରେ ମଥୁରା ନଗରୀ ର ବନ୍ଦୀଶାଳା ରେ ଜନ୍ମ ନେଇ ପିତା ବାସୁଦେବ ଙ୍କ ଦ୍ୱାରା ଯମୁନା ନଈ ପାର ହୋଇ ଗୋପପୁର ଅମ୍ବାପାଲୀ ଗ୍ରାମ କୁ ଆସି ଯାଇଛନ୍ତି ! ଏହା ଦ୍ୱାରା ଅମ୍ବାପାଲୀ ଗ୍ରାମ ତଥା ଆଖ ପାଖ ଅଞ୍ଚଳରେ ଜନତା ଶ୍ରୀକୃଷ୍ଣ ପ୍ରେମ ରେ ମଗ୍ନ ହୋଇ ଯାଇଛନ୍ତି ! ନନ୍ଦ ଭବନ ରେ ଗୀତ ଏବଂ ଭଜନ , ଆହା ମୋ ନନ୍ଦ କୂଳେ ଗୋବିନ୍ଦ ଗୀତ ଗାଇ ଆଖି ରୁ ପ୍ରେମମୟ ଅଶ୍ରୁ ଝରାଇ ଭକ୍ତି ସହକାରେ ଆନନ୍ଦ ଏବଂ ହର୍ଷ ଉଲ୍ଲାସ ରେ ନନ୍ଦଉତ୍ସବ ପାଳନ କରିଛନ୍ତି ! ଏବେ ଭଗବାନ ଶ୍ରୀକୃଷ୍ଣ ଭାଇ ବଳରାମ ସହିତ ବାଲ୍ୟ ଲୀଳା କରିବେ ଏହି ଅମ୍ବାପାଲୀ ଗ୍ରାମ ରେ ଓ କଂସାସୁର ର ସମସ୍ତ ଅସୁର ମାନଙ୍କୁ ବଧ କରିବେ ! ଗୋପାଙ୍ଗନା ଓ ଶ୍ରୀ ରାଧା ଙ୍କ ସହିତ ରାସଲୀଳା କରିବେ !

Leave a Reply

Your email address will not be published. Required fields are marked *