ଉତ୍ସର୍ଗ କଲ୍ୟାଣ ସେବା ପକ୍ଷରୁ ସମ୍ମାନିତ ହେବେ ରବିନାରାୟଣ ପଟ୍ଟନାୟକ !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଓଡ଼ିଶା ର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗ କଲ୍ୟାଣ ସେବା ପକ୍ଷରୁ ଆସନ୍ତା ଜାନୁଆରୀ ୨୧ ତାରିଖ ଦିନ ସାଉଥ୍ ବଲଣ୍ଡା ଅଫିସର୍ କ୍ଲବ ଠାରେ ଆୟୋଜିତ ହେବାକୁ ଥିବା ଚତୁର୍ଥ ବାର୍ଷିକ ଉତ୍ସବ ଅବସରରେ ଆଲେଖ୍ୟ ଲେଖିବାରେ ଓ ସମାଜ ସେବା କ୍ଷେତ୍ରରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରବିନାରାୟଣ ପଟ୍ଟନାୟକ ଙ୍କୁ ସମ୍ମାନିତ କରାଯିବ ବୋଲି ଉତ୍ସର୍ଗ କଲ୍ୟାଣ ସେବା ର ପ୍ରତିଷ୍ଠାତା ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି । ରବିନାରାୟଣ ପଟ୍ଟନାୟକ ବିଭିନ୍ନ ଦୈନିକ ଖବର କାଗଜରେ ଆଲେଖ୍ୟ ଲେଖିବା ପାଇଁ ବେଶ୍ ପରିଚିତ ଏହା ସହିତ ସମାଜସେବା କ୍ଷେତ୍ରରେ ମଧ୍ୟ ତାଙ୍କର ସ୍ଵତନ୍ତ୍ର ପରିଚୟ ରହିଛି । ତାଙ୍କ ଏହି ସଫଳତାରେ ପରେ ତାଙ୍କୁ ବିଭିନ୍ନ ଆଡ଼ୁ ଶୁଭେଚ୍ଛା ର ସୁଅ ଛୁଟିଛି ।

Leave a Reply

Your email address will not be published. Required fields are marked *