ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଜି ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ ହୋଇଛି । ଆଜି ସକାଳ ଗଣନା ସକାଳ ୬ ଟାରୁ ଆରମ୍ଭ ହୋଇଛି । ଏଥିରେ ବାଲୁଗାଁ ବନ୍ୟ ପ୍ରାଣୀ ବିଭାଗ କର୍ମଚାରୀ, ସ୍ଵେଚ୍ଛାସେବୀ, ଓୟଏଟି ଛାତ୍ରଛାତ୍ରୀ ସମେତ ମୋଟର ବୋଟ ଆସୋସିଏସନ କର୍ମଚାରୀମାନେ ସାମିଲ ଅଛନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ଚିଲିକାରେ କେତେ ସଂଖ୍ୟାରେ ଡ଼ଲଫିନ ଅଛନ୍ତି ତାହା ହଁ ଜାଣିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଚିଲିକା ନୀଳ ଜଳରାଶିରେ ବିରଳ ଇରାବାଡୀ ପ୍ରଜାତିର ଡ଼ଲଫିନ ଦେଖାଯାଉଥିବା ବେଳେ ସାତପଡ଼ା ମୁହାଁଣ ଅଂଚଳରେ ବଟର ରୋଜ ପ୍ରଜାତିର ଡ଼ଲଫିନ ଦେଖା ଦେଇଥାନ୍ତି । ଗତବର୍ଷ ଚିଲିକାରେ ୧୬୪ ଟି ଡ଼ଲଫିନ ଦେଖା ଦେଇଥିବା ବେଳେ ଚଳିତ ବର୍ଷ ଜିପିଏସ ମାଧ୍ୟମରେ ଗଣନା କାର୍ଯ୍ୟ କରାଯିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଥର ଚିଲିକାରେ ଡ଼ଲଫିନ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ ମାନେ ।

