୪୨ ମୌଜାରେ ପ୍ରକୃତି ଆରାଧନା ଓ ବୃକ୍ଷ ବନ୍ଦନା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଓ ମନ୍ଦିର ପ୍ରତିଷ୍ଠା ଅବସରରେ ସେହିଦିନ କଟକ ସଦର ୪୨ ମୌଜା ଅନ୍ତର୍ଗତ ଶ୍ରୀରାମ କାଠଯୋଡି ନଦୀ କୂଳରେ “ପ୍ରକୃତି ଆରାଧନା ଓ ବୃକ୍ଷ ବନ୍ଦନା” କାର୍ଯ୍ୟକ୍ରମ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦିନକୁ ଦିନ ପରିବେଶ ଅବନତି କାରଣରୁ ବିଶ୍ଵ ଉତ୍ତପ୍ତ ହୋଇ ଜୀବଜଗତ ପାଇଁ ଅନେକ ସମସ୍ୟା ସୃଷ୍ଟି ହୋଇ ହୋଇ ଚାଲିଛି। ଜୀବଜଗତ କଲ୍ୟାଣ ଉଦ୍ଦେଶ୍ୟରେ ପ୍ରକୃତି ମାତାର କୃପା ଲାଭ ଓ ବିଶ୍ଵ ପରିବେଶ ସବୁଜ ସୁନ୍ଦର ପାଇଁ ଏହିଦିନ ୧୨ ଘଣ୍ଟା ବ୍ୟାପୀ ନାମ ସଂକ୍ରୀତ୍ତନ ସହ ଧରିତ୍ରୀ ପୂଜା ଓ ବୃକ୍ଷ ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କ ଆହ୍ଵାନ କ୍ରମେ ଲେଟସ୍ କ୍ରିଏଟ ଫରେଷ୍ଟସ୍ ସଭାପତି ତଥା ସମାଜସେବୀ ବସନ୍ତ ପଣ୍ଡା, ସମ୍ପାଦକ ଭଗବତୀ ପ୍ରସାଦ ପତି, ଚନ୍ଦନ ପଣ୍ଡା, ଶକ୍ତି ପ୍ରସାଦ ପଣ୍ଡା, ଦେବାଶିଷ ଦୀକ୍ଷିତ, ଲକ୍ଷ୍ମଣ ଦୀକ୍ଷିତ ପ୍ରଭୃତିଙ୍କ ସହ ଅନେକ ସ୍ଥାନୀୟ ଯୁବକ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବିଶିଷ୍ଟ ବ୍ୟକ୍ତିତ୍ୱ ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *