ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ ଅଞ୍ଚଳରେ ଛେଳି ଚରାଇବାକୁ ଯାଇଥିବା ବେଳେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଘଟଣାରେ ଛେଣ୍ଡିପଦା ପୁଲିସ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ଅଟକ ଯୁବକ ଜଣକ ସେହି ଅଞ୍ଚଳର ଧନେଶ୍ବର ମାଝି ବୋଲି ଜଣାପଡିଛି । ସୂଚନା ଅନୁସାରେ ଯୁବତୀ ଜଣକ ତାଙ୍କର ଜଣେ ୧୧ ବର୍ଷର ପୁତୁରା ସହିତ ଗାଁ ପାଖ ପଡିଆକୁ ଛେଳି ଚରାଇବାକୁ ଯାଇଥିଲେ । ତେବେ ଧନେଶ୍ବର ମାଝୀ ସେହିଠାରେ ରାଶିପଦାରେ ରାଶି ଫସଲ ଜଗୁଥିବା ବେଳେ ଯୁବତୀଙ୍କୁ ଏକୁଟିଆ ଦେଖି ଜୋର ଜବରଦସ୍ତ ଟେକି ନେବା ସହିତ ଦୁଷ୍କର୍ମ କରିଥିଲେ । ଏହା ଦେଖି ପାଖରେ ଥିବା ପୁତୁରା ଏ ସମ୍ପର୍କରେ ଆସି ପରିବାର ଲୋକଙ୍କୁ ଖବର ଦେଇଥିଲା । ଖବର ପାଇ ପରିବାର ଲୋକ ଘଟଣାସ୍ଥଳକୁ ପହଁଚିଥିଲେ । ଧନେଶ୍ବର ଯୁବତୀଙ୍କ ପରିବାର ଲୋକଙ୍କୁ ଦେଖି ଫେରାର ହୋଇଯାଇଥିଲା । ଏ ନେଇ ଯୁବତୀଙ୍କ ପରିବାର ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଛେଣ୍ଡିପଦା ଥାନା କେସ ନଂ- ୪୧୧ / ୨୨ରେ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ କରି ଦୁଷ୍କର୍ମ କରିଥିବା ଯୁବକ ଧନେଶ୍ବର ମାଝୀକୁ ଥାନାକୁ ଆଣି ପଚାରାଉଚରା ଚଳାଇଛି । ଅପରପକ୍ଷେ ପୋଲିସ ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳକୁ ଯାଇ ନମୁନା ସଂଗ୍ରହ କରିଥିବା ବେଳେ ଗିରଫ ଯୁବକଙ୍କୁ ଡାକ୍ତରୀ ମାଇନା କରିବାପରେ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।
ଛେଳି ଚରାଇବାକୁ ଯାଇଥିବା ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ !!!

