ଉତ୍ସର୍ଗ କଲ୍ୟାଣ ସେବା ପକ୍ଷରୁ ପୁରସ୍କୃତ ହେଲେ ରବିନାରାୟଣ ପଟ୍ଟନାୟକ : ଗ୍ରହଣ କଲେ ସେବା ସମ୍ମାନ ୨୦୨୪ !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗ କଲ୍ୟାଣ ସେବା ପକ୍ଷରୁ ତାଳଚେର ସାଉଥ୍ ବଳଣ୍ଡା ଅଫିସର୍ କ୍ଲବରେ ଲେଖକ ତଥା ସମାଜସେବୀ ରବିନାରାୟଣ ପଟ୍ଟନାୟକ ଙ୍କୁ ସେବା ସମ୍ମାନ ୨୦୨୪ ସମ୍ମାନ ରେ ସମ୍ମାନୀତ କରାଯାଇଛି । ରବିବାର ଦିନ ଅନୁଷ୍ଠିତ ହୋଇଥିବା ଅନୁଷ୍ଠାନ ର ଚତୁର୍ଥ ବାର୍ଷିକ ଉତ୍ସବ ରେ ଉପସ୍ଥିତ ରହି ଶ୍ରୀ ରବିନାରାୟଣ ପଟ୍ଟନାୟକ ଏହି ସମ୍ମାନ ଗ୍ରହଣ କରିଛନ୍ତି । ବରେଣ୍ୟ ଅତିଥି ଶ୍ରୀ ପଟ୍ଟନାୟକ ଙ୍କୁ ମାନପତ୍ର ,ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ପଟ୍ଟନାୟକ ସମ୍ବର୍ଦ୍ଧନା ପାଇବା ପରେ ନିଜ ପ୍ରତିକ୍ରୟାରେ କହିଛନ୍ତି କି ଉତ୍ସର୍ଗ କଲ୍ୟାଣ ସେବା ପରି ଏକ ସମାଜସେବା ଅନୁଷ୍ଠାନ ରୁ ସମ୍ମାନିତ ହେବା ଗୌରବ ର କଥା , ଅନୁଷ୍ଠାନ ର ପ୍ରତିଷ୍ଠାତା ସରୋଜ କୁମାର ସାହୁ ଓ ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଥିଲେ । ଏହା ସହ କହିଥିଲେ ମୋ କର୍ମ ଜୀବନ ର ଆରମ୍ଭ ସମୟ ରେ କିଛି ବର୍ଷ ଏହି ଜାଗାରେ କାଟିଛି ଆଉ ସେଇ ପବିତ୍ର ମାଟିରୁ ସମ୍ମାନ ଗ୍ରହଣ କରିବା ନିଜ ଜୀବନ ର ସବୁଠୁ ବଡ଼ ଉପଲବ୍ଧି । ଶ୍ରୀ ପଟ୍ଟନାୟକ ଏକାଧାରରେ ଜଣେ ଆଲେଖ୍ୟ ଲେଖକ, ରକ୍ତଦାତା ଏବଂ ସମାଜସେବୀ । ଦୈନିକ ଖବର କାଗଜ ରେ ଆଲେଖ୍ୟ ଲେଖିବା ପାଇଁ ଓ ନିଜର ପ୍ରତିବର୍ଷ ଜନ୍ମଦିନରେ ରକ୍ତଦାନ କରି ବିଭିନ୍ନ ଜାଗାରୁ ଶ୍ରୀ ପଟ୍ଟନାୟକ ପ୍ରସଂଶିତ ଓ ସମ୍ମାନିତ ହୋଇଛନ୍ତି । ତାଙ୍କର ଏହି ସମ୍ମାନ ଲାଭ ଖବର ରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *