ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନାଚୁଣୀ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ “ନୂଆ- ଓ” ନୂଆ ଓଡ଼ିଶା- ନବୀନ ଓଡ଼ିଶା ପୃଷ୍ଠପୋଷକତାରେ ଗତ ୧୨ ତାରିଖରୁ ଚାଲିଥିବା ” ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ” ତଥା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଅଧିନ ସା°ସ୍କୃତିକ ସମାରୋହର ଶନିବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ନାଚୁଣୀ ମହାବିଦ୍ୟାଳୟ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ବଳିଆର ସିଂହ ଙ୍କ ଅଧ୍ୟକ୍ଷତାରେ ତଥା ସା°ସ୍କୃତିକ ବିଭାଗ ନୋଡାଲ ଅଧିକାରୀ ଅଧ୍ୟାପକ ରାଜ କିଶୋର ସାହୁ ଙ୍କ ସ°ଯୋଜନାରେ ଆୟୋଜିତ ଉଦଯାପନୀ ଉତ୍ସବରେ ସତ୍ୟବାଦୀ ସ୍ଥିତ ମୁଖ୍ୟ ଅତିଥି ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ଡଃ ସବିତା ପ୍ରଧାନ, ମୁଖ୍ୟ ବକ୍ତା ଭାବେ କିଟ୍ ବିଶ୍ୱବିଦ୍ୟାଳୟ ର ପ୍ରଫେସର ଡ଼ଃ ରବି ନାରାୟଣ ସୁବୁଦ୍ଧି, ଆମନ୍ତ୍ରିତ ଅତିଥି ଭାବେ ପରିଚାଳନା କମିଟି ସଭାପତି ଅରୁଣ କୁମାର ଦାଶ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ଓ ଶ୍ରୀ ଜଗନ୍ନାଥ ଙ୍କ ପଟ୍ଟଚିତ୍ର ରେ ମାଲ୍ୟାର୍ପଣ କରି ଧୂପ ପୁଷ୍ପ ଅର୍ପଣ କରିବା ପରେ ସମବେତ ଉତ୍କଳ ବନ୍ଦନା ଗାନ କରାଯାଇ ଥିଲା। ଏହି ଅବସରରେ ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ବର୍ଗରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଅଧ୍ୟାପିକା ଲୀନା ନଦୀଜା ସଭା ସ°ଚାଳନ କରିଥିବା ବେଳେ ଅଧ୍ୟାପିକା ସୁଶ୍ରୀ ସନ୍ତୋଶିନୀ ସାହୁ ଓ ଡଃ ସି. ମଞ୍ଜୁଲତା ସହଯୋଗ ପ୍ରଦାନ କରିଥିଲେ। ଡଃ ସୁଭଦ୍ରା ଭୋଳ ଧନ୍ୟବାଦ ଅର୍ପଣ କରିଥିଲେ ।।

