ପଦ୍ମପୁର ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଉଦଯାପିତ ହୋଇଯାଇଛି ବୋଡାସମ୍ବର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ! ବରଗଡ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ଖେଳ ପଡିଆଠାରେ ବୋଡାସମ୍ବର ସ୍ପୋଟିଂ ଦ୍ବାରା ଆୟୋଜିତ ୨୮ ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପର ଫାଇନାଲ ମ୍ଯାଚ ବାପୁଜୀ କ୍ରିକେଟ କ୍ଲବ ଭୂବନେଶ୍ବର ଓ MMCC ସମ୍ବଲପୁର ମଧ୍ୟରେ ମ୍ଯାଚ ଅନୁଷ୍ଠିତ ହୋଇଯାଇଛି। ମ୍ଯାଚ ଆରମ୍ଭରେ ସମ୍ବଲପୁର ଦଳ ଟସ୍ ଜିଣି ଫିଲ୍ଡିଙ୍ଗ୍ କରିଥିଲେ। ବାପୁଜୀ ଦଳ ବ୍ଯାଟିଙ୍ଗ କରି ୩୦ ଓଭରରେ ସମସ୍ତ ଉଇକେଟ୍ ହରାଇ ୧୭୫ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ସତ୍ୟଜିତ ସବତ ୫୮ ବଲରେ ୫୮ ରନ କରିଥିବା ବେଳେ ରାକେଶ ଗୋଛାୟତ ୪୧ ବଲରେ ୬୬ ରନ କରିଥିଲେ। MMCC ଦଳ ପକ୍ଷରୁ ଅଭିନନ୍ଦନ ସିଂ ୨୯ ରନ ଦେଇ ୭ ଗୋଟି ୱିକେଟ ନେଇଥିଲେ। ୧୭୬ ରନ ର ଲକ୍ଷ୍ୟ ନେଇ ସମ୍ବଲପୁର ଦଳ ପ୍ରଥମେ ୩ ରନରେ ୩ ଗୋଟି ୱିକେଟ ହରାଇଥିଲେ ମଧ୍ୟ ବିକାଶ ଦୀକ୍ଷିତ ୮୨ ବଲରେ ୭୦ ରନ କରି ୨୮.୪ ଓଭରରେ ୯ ୱିକେଟ ହରାଇ ୧୭୮ ରନ ସଂଗ୍ରହ କରି ବିଜୟଲାଭ କରିଥିଲେ। ଏଥି ସହିତ ସମ୍ବଲପୁର ଦଳ ୧ ୱିକେଟରେ ବିଜୟୀ ହୋଇଥିଲେ। ଆଜିର ଏହି ପୁରସ୍କାର ବିତରଣ ଅବସରରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗଦାନ କରି ଚମ୍ପିୟାନ MMCC ସମ୍ବଲପୁର ଦଳକୁ ବୋଡାସମ୍ବର କପ ଓ ୭୦୦୦୦ ଟଙ୍କା ଏବଂ ଉପ ବିଜେତା ବାପୁଜୀ ଦଳକୁ ୪୦୦୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ। ମେନ ଅଫ ମ୍ଯାଚ ଏବଂ ବେଷ୍ଟ ବୋଲର ଭାବରେ ଅଭିନନ୍ଦନ ସିଂ ପାଇଥିବା ବେଳେ ଟୁର୍ଣ୍ଣାମେଣ୍ଟର ବେଷ୍ଟ ଖିଲାଡି ଦେବାଂଶ ପଟ୍ଟନାୟକ, ବେଷ୍ଟ ଅଲ ରାଉଣ୍ଡର ପ୍ରଦୀପ ପ୍ରଧାନ ପୁରସ୍କୃତ ହୋଇଥିଲେ।
ଉଦଯାପିତ ହେଲା ବୋଡାସମ୍ବର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ !!!

