ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ପାରାଦୀପ ସ୍ଥିତ ବାଲିଝରା ପାଞ୍ଚ ନମ୍ବର ୱାର୍ଡରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେଡି ଓ କଂଗ୍ରେସ ଦଳ ଛାଡି ବିଜେପିରେ ସାମିଲ ହେଲେ ଅନେକ କର୍ମି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଦକ୍ଷତା ସ୍ବଛ ଭାବମୂର୍ତ୍ତି ଉପରେ ଆଶା ପ୍ରକଟ କରି ବିଜେପି ରେ ସାମିଲ ହୋଇଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ପାରାଦୀପ ବିଜେପି ନେତା ସମ୍ପଦ ସ୍ବାଇଁ ଯୋଗଦାନ କରିଥିଲେ। ପ୍ରଥମେ ତାରିଣୀ ଗଡା ପାଖରୁ ଏକ ବିଶାଳ ରାଲି ଆରମ୍ଭ ହୋଇ ବାଲିଝରାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହିଥିଲେ । ଶ୍ରମିକ ନେତା ତଥା ଆମ ପାରାଦୀପ ଆମ ପ୍ରଗତି ନେତା ବାପି ସର୍ଖେଲ ଙ୍କ ବିଶାଳ ସମାବେଶ କୁ ନେଇ ଟାର୍ଗେଟ କରିଛି ବିଜେପି । ପାରାଦୀପ ପୌର ପରିଷଦ ନିର୍ବାଚନ ଦୁଇ ବର୍ଷ ହେବ ଶେଷ ହୋଇଥିଲେ ସୁଦ୍ଧା କିଛି ବିକାଶ ହୋଇନି ଏବେ ସାଧାରଣ ନିର୍ବାଚନ ଆସୁଥିବା ହେତୁ ପାରାଦୀପ ରେ ଆମ ପାରାଦୀପ ଆମ ପ୍ରଗତି ଅଣ୍ଟା ଭିଡ଼ୁଚି , ପୋଷ୍ଟର ମାରୁଚି , ଲୋକଙ୍କୁ ବିକାଶର ଲଲିପପ୍ ଦେଖାଇ ଭକୁଆ ବନାଉଥିବା କଥା କହିଛି ବିଜେପି । ତେବେ ବାପି ସାର୍ଖେଲ କେଉଁ ଦଳରୁ ଆଗାମୀ ନିର୍ବାଚନ ଲଢିବେ ତାହା ସ୍ପଷ୍ଟ ହୋଇନାହିଁ। ସେହି ଭଳି ପୌର ପରିଷଦ ଅଧ୍ୟକ୍ଷ ବସନ୍ତ ବିଶ୍ଵାଳ ଓ ବିଧାୟକ ସମ୍ବିତ ରାଉତରାୟ ବିଗତ ଦିନ ମାନଙ୍କରେ ପାରାଦୀପରେ କଣ ବିକାଶ କରିଛନ୍ତି ତାହାର ହିସାବ ମାଗିଛି ବିଜେପି । ଏବେବି ପାରାଦୀପ ରେ ଅନେକ ପ୍ରକାର ମୌଳିକ ସୁବିଧାରୁ ବଂଚିତ ସାଧାରଣ ଜନତା। ପାରାଦୀପ ବାସୀ ଯଦି ଏହି ସାଧାରଣ ନିର୍ବାଚନ ରେ ବିଜେପି କୁ ନିର୍ବାଚିତ କରନ୍ତି ଘରେ ଘରେ ବିକାଶ ସହ କେନ୍ଦ୍ର ସରକାରଙ୍କ ଯୋଜନା କିଭଳି ଭାବରେ ଲୋକ ମାନେ ପାଇ ପାରିବେ ଏ ନେଇ ଲୋକ ମାନଙ୍କୁ ସଚେତନ କରିଛି ବିଜେପି ।
ପାରାଦୀପ ବାଲିଝରା ରେ ବିଜେପିର ମିଶ୍ରଣ ପର୍ବ !!!

