ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ରେ “ଜାତୀୟ ମତଦାତା ଦିବସ” ପାଳିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତା ଙ୍କ ସଭାପତିତ୍ବରେ “ଜାତୀୟ ମତଦାତା ଦିବସ” ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ରାଜନୀତି ବିଜ୍ଞାନ ର ଅଧ୍ୟାପକ ଆଦିତ୍ୟ ସାରଥୀ ବେଦମାତା ସଂଯୋଜନା କରି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ l

ଅଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର ଜାତୀୟ ମତଦାନ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ, ଡକ୍ଟର ସୁଜାତା ମିଶ୍ର ଓ ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା ଛାତ୍ର ଛାତ୍ରୀ ମାନକୁ ଭୋଟ ଦାନ ରୁ ବିରତ ନରହି ଅନ୍ୟ ମାନକୁ ମତଦାନ ର ଗୁରୁତ୍ଵ ବିଷୟରେ ପ୍ରେରଣା ଦେବା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ l ଦର୍ଶନ ବିଭାଗ ର ମୁଖ୍ୟ ଶ୍ରୀଯୁକ୍ତ ରାଧାକାନ୍ତ ରାଉତ ମତଦାନ ଏକ ଗୁରୁତ୍ୱପୂର୍ଣ୍ଣ ଅଧିକାର ବିଷୟରେ ବକ୍ତବ୍ୟ ରଖିଥିଲେ l ଅଧ୍ୟକ୍ଷ ବିନାୟକ ହୋତା ଗଣତନ୍ତ୍ର ଓ ମତଦାନ ବ୍ୟବସ୍ଥା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ l ପରିଶେଷରେ ଅଧ୍ୟକ୍ଷ ଛାତ୍ର ଛାତ୍ରୀ ମାନଙ୍କୁ ମତଦାତା ଙ୍କ ସଂକଳ୍ପ ପାଠ କରାଇଥିଲେ l

Leave a Reply

Your email address will not be published. Required fields are marked *