ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଯୁବ ସମାଜସେବୀ ବିପିନ କୁମାର ପ୍ରଧାନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଯୁବ ସମାଜସେବୀ ବିପିନ କୁମାର ପ୍ରଧାନ ନିଜ ଜନ୍ମଦିନ କୁ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଆଜିର ପଥଭ୍ରଷ୍ଟ ଯୁବ ଗୋଷ୍ଟିଙ୍କୁ ପ୍ରେରଣା ଦେବା ସହ ସଦ୍ ମାର୍ଗରେ ଆଣିବା ନିମିତ୍ତ ସେ ବାଣପୁର ଉପକାରାଗାର ନିକଟବର୍ତ୍ତୀ ଲଢ଼ୁକେଶର ବୃଦ୍ଧାଶ୍ରମ ରେ ନିଜେ ବିପିନ କୁମାର ପ୍ରଧାନ ଓ ତାଙ୍କ ସହଯୋଗୀ ଙ୍କ ସହ ଉପସ୍ଥିତ ରହି କିଛି ଶୁଖିଲା ଖାଦ୍ୟ ବଣ୍ଟନ କରି ନିଜ ଜନ୍ମ ଦିନ ଟିକୁ ପାଳନ କରିଛନ୍ତି । ତା ସହିତ ବାଣପୁର ଅଞ୍ଚଳରେ ରହୁଥିବା ଦୀନ ,ଅସହାୟ ଙ୍କୁ ମଧ୍ୟ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ସେ “କେବଳ କାଟିକି ନୁହଁ ବାଣ୍ଟିକି ଖାଇବାକୁ” ଯୁବ ଗୋଷ୍ଠୀ ଙ୍କୁ ଆହ୍ବାନ କରିଛନ୍ତି । ନିଜର ଜନ୍ମ ଦିନ ଟି କୁ ଏହି ପରି ଭାବରେ ପାଳନ କରିଥିବାରୁ ସେ ସ୍ଥାନୀୟ ଅଞ୍ଚଳରେ ପ୍ରସଂଶା ପାତ୍ର ପାଲଟିଛନ୍ତି ।।

Leave a Reply

Your email address will not be published. Required fields are marked *