କୃପାଳୁ ଶିଶୁ ସାହିତ୍ୟ ଆସରରେ ‘ଆମ ଭାଷା ଆମ ପରିଚୟ’ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ବାଳ ମୁକନ୍ଦ କେନ୍ଦ୍ର ଉପସ୍ଥାପନ କରିଥିବା କୃପାଳୁ ଶିଶୁ ସାହିତ୍ୟ ଆସରର ବିଷୟ ‘ ଆମ ଭାଷା ଆମ ପରିଚୟ ‘ ସ୍ଥାନୀୟ ଅର୍ବନ୍ ହଷ୍ଟେଲ ଛାତ୍ରାବାସ ଅନ୍ତେବାସୀଙ୍କ ଗହଣରେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ମାଧ୍ୟମରେ ଯାହା ପଦକ୍ଷେପ ନିଆଯାଇଛି ତାହା ଆଲୋଚନା କରଯାଇଛି । ଆମ ଓଡ଼ିଶାର କଳା ଓ ସାହିତ୍ୟ, ଲେଖକ ଓ ଲେଖିକା, ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା, ପର୍ବପର୍ବାଣୀ, ପର୍ଯ୍ୟଟନ କ୍ଷେତ୍ର ଏବଂ ମହାପୁରୁଷ ମାନଙ୍କ ବିଷୟରେ ସଂଯୋଜକ ନିତ୍ୟାନନ୍ଦ ଅବଗତ କରାଇଥିଲେ । ଶେଷରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି।

Leave a Reply

Your email address will not be published. Required fields are marked *