ଗଣମାଧ୍ୟମକୁ ମିଥ୍ୟା ସୂଚନା ଦେବା ଘଟଣାର ତଦନ୍ତ ଦାବି କରି ମଙ୍ଗଳାବାଗ ଥାନାରେ ଦାଖଲ ହେଲା ଏତଲା !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଏସ୍‌ସିବି ମେଡିକାଲ ରେ ହୋଇଥିଲା ପ୍ରଥମ ହାପଲୋ ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଅପରେସନ ! ବାହାବା ନେବାକୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ ବିଭାଗୀୟ ଡାକ୍ତର ! ଏପରିକି ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ଟୁଇଟ କରି ଶୁଭେଚ୍ଛା ଜଣାଇଥିଲେ ! ହେଲେ ଅପରେସନ ର ମାତ୍ର ନ ଦିନ ପରେ ଆଖି ବୁଜିଲେ ଶୁଭ୍ରାଂଶୁ ! ଆକସ୍ମିକ ଅଘଟଣ ପରେ ପରିବାର ଲୋକ ଭାଙ୍ଗି ପଡ଼ିଥିଲେ , ହେଲେ ବେଡି ଉପରେ କୋରଡା ସାଜିଲା ମୃତ୍ୟୁର କାରଣ ନେଇ ଡାକ୍ତରଙ୍କ ଗଣମାଧ୍ୟମ କୁ ସୂଚନା ! ତେବେ ଶେଷରେ ଚିକିତ୍ସାରେ ଗୁରୁତର ଅବହେଳା ଜନିତ ମୃତ୍ୟୁ ସହ ଗଣମାଧ୍ୟମକୁ ମିଥ୍ୟା ସୂଚନା ଦେବା ଘଟଣାର ଉପଯୁକ୍ତ ତଦନ୍ତ ଦାବି କରି ମଙ୍ଗଳାବାଗ ଥାନାରେ ଦାଖଲ ହେଲା ଏତଲା ! ମୃତ୍ୟୁର ପ୍ରକୃତ କାରଣ ଉନ୍ମୋଚନ ସହିତ , ଦୋଷୀଙ୍କୁ ଦଣ୍ଡ ଦେବା ଉଦ୍ଦେଶ୍ୟରେ ଅଭିଯୋଗ ପତ୍ର ଦାଖଲ ହୋଇଥିବା କହିଛନ୍ତି ପରିବାର ଲୋକେ ! ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ଖର୍ଚ ହେଉଛି କୋଟି କୋଟି ଟଙ୍କା ! କଟକ ବଡ ମେଡିକାଲ କୁ ବିଶ୍ୱସ୍ତରୀୟ କେଉଁ ଆଧାରରେ କୁହାଯାଉଛି ତାହା ଏବେ ବିରାଟ ପ୍ରଶ୍ନବାଚୀ !

Leave a Reply

Your email address will not be published. Required fields are marked *