ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଘାସଡିହ ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମରେ ଭାଟପଡା ସୀମା ଠାକୁର ବାବା ଗ୍ରାମେଶ୍ବର ଦେବ ମା ରାମ ଚଣ୍ଡୀଙ୍କ ପୀଠରେ ଚାରିଦିନ ବ୍ୟାପି ଧରି ଚାଲିଥିବା ବିଶ୍ଵଶାନ୍ତି ବାର୍ଷିକ ମହାଯଜ୍ଞ ସୋମବାର ପୂର୍ଣ୍ଣାହୁତି ହୋଇଯାଇଛି I ଗତ ଶୁକ୍ରବାର ଅଙ୍କୁରାପଣ, ଶନିବାର ଜଳ ଯାତ୍ରା, ରବିବାର ସ୍ନାନ ଆହୁତି, ସୋମବାର ପୂର୍ଣ୍ଣାହୁତି ହୋଇଛି I ଶତାଧିକ ଜନ ସମାଗମକୁ ଦୃଷ୍ଟିରେ ରଖି ଶେଷ ଦିନ ଅବସରରେ ଗ୍ରାମ୍ୟ କମିଟି ପକ୍ଷରୁ ପ୍ରସାଦ ସେବନ ସହିତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ଘାସଡିହ ଓ ମୋହନପୁର ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।